ଓଡିଶା

odisha

By

Published : Oct 23, 2019, 2:33 PM IST

ETV Bharat / sitara

ପାକିସ୍ତାନକୁ କମାଲଙ୍କ କଡା ଜବାବ୍

ପୁଣି ଚର୍ଚ୍ଚାରେ ଅଭିନେତା, ପ୍ରଯୋଜକ ଏବଂ କ୍ରିଟିକ କମାଲ ଆର ଖାନ । ଏଥର ସେ କୌଣସି ସେଲିବ୍ରିଟି ନୁହେଁ ପାକିସ୍ତାନ ଉପରେ କରିଛନ୍ତି ଟ୍ବିଟ । ପାକିସ୍ତାନ ରେଳ ମନ୍ତ୍ରୀଙ୍କୁ କହିଲେ ମୂର୍ଖ।

ଫଟୋ ସୌଜନ୍ୟ: ଟ୍ବିଟର@କମାଲ ଆର ଖାନ

ମୁମ୍ବାଇ: କମାଲ ଆର ଖାନ ବଲିଉଡରେ ବିନ୍ଦାସ ଅନ୍ଦାଜ ପାଇଁ ଚର୍ଚ୍ଚିତ । ସେ ପ୍ରାୟତଃ ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗରେ ନିଜ ପକ୍ଷ ରଖିବାକୁ କେବେ ଭୁଲନ୍ତି ନାହିଁ। ସେ ସବୁବେଳେ କୌଣସି ନା କୌଣସି ଷ୍ଟାର୍ସ ଏବଂ ନେତାଙ୍କୁ ଟାର୍ଗେଟ କରି ଟ୍ବିଟ ମଧ୍ୟ କରନ୍ତି । କିନ୍ତୁ ଏଥର କମାଲ ପାକିସ୍ତାନ ଉପରେ ଏକ ଟ୍ବିଟ କରିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦ ଅହମ୍ମଦ ନିକଟରେ ଏକ ଟ୍ବିଟ କରିଥିଲେ । ଯାହା ଉପରେ କମାଲ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ସାର୍ ଶେଖ ରସିଦ ଅହମ୍ମଦ ଆପଣ କହିଲେ କି ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବା । ଠିକ ଅଛି ସାର୍ । ତେବେ ଭାରତ କଣ କରିବ ସାର୍? ପାକିସ୍ତାନ ପୃଥିବୀରେ ନାହିଁ । ତାହାଲେ ପାକିସ୍ତାନ କଣ ମଙ୍ଗଳ ଗ୍ରହରେ ଅଛି ? ପାକିସ୍ତାନ ଆକ୍ରମଣ କଲେ ଭାରତ କଣ ପଲଟା ଜବାବ ଦେଇପାରିବ ନାହିଁ ? ଆପଣ ମୂର୍ଖଙ୍କ ପରି କାହିଁକି କଥା ହେଉଛନ୍ତି । ଆପଣ ପଢାଲେଖା ବ୍ୟକ୍ତି , ଶିକ୍ଷିତଙ୍କ ଭଳି କଥା ହୁଅନ୍ତୁ ।’

ଫଟୋ ସୌଜନ୍ୟ: ଟ୍ବିଟର@କମାଲ ଆର ଖାନ

କମାଲଙ୍କ ଏହି ଟ୍ବିଟ ଉପରେ ବର୍ତ୍ତମାନ ଲୋକଙ୍କ ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କମାଲ ଟ୍ବିଟ ଜରିଆରେ ଜଣାଇ ଦେଇଛନ୍ତି ଯେ ଭାରତ ପାକିସ୍ତାନକୁ କଡା ଜବାବ ଦେବ ବୋଲି । ଏମିତି ପ୍ରଥମଥର ହୋଇନାହିଁ ଯେବେ କମାଲ ପାକିସ୍ତାନର କ୍ଲାସ ନେଇଛନ୍ତି । ଏହାପୂର୍ବରୁ ମଧ୍ୟ ଅନେକ ଥର ସେ ପାକିସ୍ତାନକୁ ଟାର୍ଗେଟ କରିସାରିଛନ୍ତି ।

ABOUT THE AUTHOR

...view details