ଓଡିଶା

odisha

ETV Bharat / sitara

ଡିଆଇଡିରେ ଡ୍ୟାନ୍ସ ଶିଖୁଛନ୍ତି ବେବୋ-ପିଗି ଚପ୍ସ

ଡିଆଇଡିର ଫାଇନଲ ମଞ୍ଚରେ ନାଚ ଶିଖୁଛନ୍ତି ପ୍ରିୟଙ୍କା ଓ କରିନା । ‘ସ୍କାଏ ଇଜ ପିଙ୍କ’ର ପ୍ରୋମୋଶନ ପାଇଁ ଭାରତ ଆସିଛନ୍ତି ପ୍ରିୟଙ୍କା ।

By

Published : Sep 26, 2019, 2:22 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ

ହାଇଦ୍ରାବାଦ: ‘ସ୍କାଏ ଇଜ ପିଙ୍କ’ର ପ୍ରୋମୋଶନ ପାଇଁ ଭାରତ ଆସିଛନ୍ତି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଫାଇନାଲରେ ଗେଷ୍ଟ ଭାବରେ ଯୋଗ ଦେଇଛନ୍ତି ପ୍ରିୟଙ୍କା । ଶେଷ ଥର ପାଇଁ ‘କଫି ୱିଥ୍ କରନ୍’ରେ ନଜର ଆସିଥିଲେ ଏହି ଦୁଇ ବଲିଉଡ ସୁନ୍ଦରୀ । ପ୍ରଥମ ଥର ପାଇଁ କୌଣସି ଟେଲିଭିଜନର ଶୋ'ରେ ହୋଷ୍ଟ କରି ଚର୍ଚ୍ଚାରେ ଥିବା କରିନା ଏବେ ଡ୍ୟାନ୍ସ ଶିଖୁଥିବାର ନଜର ଆସିଛନ୍ତି ।

ଶୋ'ର ଗ୍ରାଣ୍ଡ ଫିନାଲେରେ ପ୍ରିୟଙ୍କା ଚୋପ୍ରାଙ୍କ ସହ ଠୁମକା ଲଗାଇବେ କରିନା କପୁର । ଏଥିପାଇଁ କୋରିଓଗ୍ରାଫରଙ୍କଠାରୁ ଡ୍ୟାନ୍ସ ଶିଖୁଛନ୍ତି ଦୁଇ ସୁନ୍ଦରୀ । ‘ଡନ୍’ ଫିଲ୍ମର ଗୀତ ‘ଆଜ୍ କି ରାତ୍’ ଗୀତରେ ନାଚିଛନ୍ତି ଦୁହେଁ ।

ତେବେ ଆଗକୁ କରିନା କପୁର, ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ଗୁଡ ନ୍ୟୁଜ’ ରେ ନଜର ଆସିବେ ଓ ଇରଫାନ ଖାନଙ୍କ ସହ ‘ଅଙ୍ଗ୍ରେଜୀ ମିଡିୟମ’ରେ ।

ABOUT THE AUTHOR

...view details