ଓଡିଶା

odisha

ETV Bharat / sitara

ଦେଶୀଗର୍ଲଙ୍କୁ ଭାରି ପଡିଲା ସିଗାରେଟ

ପୁଣି ଟ୍ରୋଲ ହେଲେ ଦେଶୀ ଗାର୍ଲ । ସିଗାରେଟ ଟାଣି ହଟହଟା ହେବାକୁ ପଡିଛି ପ୍ରିୟଙ୍କାଙ୍କୁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Jul 21, 2019, 6:30 PM IST

ହାଇଦ୍ରାବାଦ: ଅନ୍ୟଙ୍କୁ ଉପଦେଶ ଦେବା ସହଜ କିନ୍ତୁ ସେହି ଉପଦେଶକୁ ନିଜେ ପାଳନ କରିବା କଷ୍ଟ । ନିକଟରେ ଅନେକ ସେଲିବ୍ରିଟି ନିଜ ଉପଦେଶରେ ନିଜେ ଫସିଛନ୍ତି । ଏହାର ବଡ ପ୍ରମାଣ ହେଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମିଆମାରେ ନିଜର ପୋଷ୍ଟ ବର୍ଥ-ଡେ ସେଲିବ୍ରେସନ କରିଛନ୍ତି ପ୍ରିୟଙ୍କା । ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ପ୍ରିୟଙ୍କା ମା ମଧୁ ଚୋପ୍ରା ଓ ପତି ନିକଙ୍କ ସହ ସିଗାରେଟ ଟାଣୁଥିବାର ନଜର ଆସିଛନ୍ତି । ଏହାପରେ ଆରମ୍ଭ ହୋଇଯାଇଛି ପ୍ରିୟଙ୍କାଙ୍କୁ ନେଇ ଅନେକ ମିମି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କାରଣ ପ୍ରିୟଙ୍କାଙ୍କ କହିବାନୁସାରେ ସେ ଶ୍ବାସ ରୋଗରେ ପୀଡିତ । ତେଣୁ ସେ ଦୀପାବଳିରେ ବାଣ ଫୁଟାଇବାକୁ ମନା କରିଥିଲେ । ଦୀପାବଳି ସମୟରେ ପ୍ରିୟଙ୍କା ଏକ ଭିଡିଓ ପୋଷ୍ଟ କରି ବାଣ ଫୁଟାଇ ପରିବେଶ ପ୍ରଦୂଷଣ ନକରିବାକୁ ଅନୁରୋଧ କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କିନ୍ତୁ ବର୍ତ୍ତମାନ ପ୍ରିୟଙ୍କାଙ୍କୁ ସ୍ମୋକ କରୁଥିବାର ଦେଖି ଶ୍ବାସରୋଗ ବିଷୟରେ ମନେ ପକାଇ ଦେଇଛନ୍ତି ୟୁଜର୍ସ । ଜଣେ ୟୁଜର୍ସ ଲେଖିଛନ୍ତି,‘ ଦିଦିଙ୍କୁ ଦୀପାବଳିରେ ଶ୍ବାସ ହେଇଯାଏ ମାତ୍ର ଦିଦି ସିଗାରେଟ ଟାଣିବେ, ଜନ୍ମଦିନରେ ବାଣ ମଧ୍ୟ ବ୍ୟବହାର କରିବେ, ଏମିତି କେମିତି ଚଳିବ ଦିଦି ।’

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତେବେ ବାଣ ପାଇଁ ପ୍ରିୟଙ୍କା ଏହା ପୂର୍ବରୁ ମଧ୍ୟ ଟ୍ରୋଲ ହୋଇଥିଲେ । ନିଜ ବିବାହରେ ଜୋଧପୁରର ଉମ୍ମେଦ ଭବନରେ କରାଯାଇଥିବା ଆତିଶବାଜୀ କରାଯାଇଥିଲା ଯାହାକୁ ନେଇ ୟୁଜର୍ସ କରିଥିଲେ ଟ୍ରୋଲ ।

ABOUT THE AUTHOR

...view details