ମୁମ୍ବାଇ: ବର୍ତ୍ତମାନ ପୁରା ଦେଶରେ ଅନେକ ଲୋକ କୋରୋନା ସଂକ୍ରମିତ ହୋଇସାରିଲେଣି। ଏହି ମାରାତ୍ମକ ମହାମାରୀର ପ୍ରସାରକୁ ରୋକିବା ପାଇଁ ବର୍ତ୍ତମାନ ଦେଶରେ ଲକଡାଇନର ଚତୁର୍ଥ ପର୍ଯ୍ୟାୟ ଚାଲିଛି। ଏଭଳି ପରିସ୍ଥିତିରେ ଫେମସ ସେଲିବ୍ରିଟିମାନେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ସମ୍ପୃକ୍ତ ରହୁଛନ୍ତି। ନିକଟରେ ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦୁଇଟି ଫଟୋ ପୋଷ୍ଟ କରିଥିଲେ, ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଆଶା ଏବଂ ବାସ୍ତବତା ମଧ୍ୟରେ ପାର୍ଥକ୍ୟକୁ ଏକ ମଜାଳିଆ ଢଙ୍ଗରେ ସମସ୍ତଙ୍କୁ ଜଣାଇଛନ୍ତି।
ଆଶା ଓ ବାସ୍ତବତାକୁ ନେଇ ଦେଶୀ ଗାର୍ଲଙ୍କ ଖୁଲାସା - କୋରୋନା ସଂକ୍ରମିତ
ପୁଣି ସୋସିଆଲ ମିଡିଆରେ ଛାଇଲେ ପିସି । ଏଥର ସେ ସମସ୍ତଙ୍କୁ ଆଶା ଏବଂ ବାସ୍ତବତାର ପାଠ ପଢାଇଛନ୍ତି।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା
ଇନଷ୍ଟାଗ୍ରାମରେ ସେୟାର କରିଥିବା ପ୍ରଥମ ଫଟୋରେ ସେ ଖୁବ୍ ହଟ୍ ଲୁକରେ ଦେଖାଯାଉଛନ୍ତି | ଆଉ ଦ୍ବିତୀୟ ଫଟୋରେ ସେ ମୁହଁକୁ ଏକ କପଡାରେ ଲୁଚାଇ ଖରାରେ ଶୋଇଛନ୍ତି। ଏହି ଉଭୟ ଫଟୋରେ ସେ ମଜାଳିଆ ଅନ୍ଦାଜରେ କ୍ୟାପସନ ଲେଖିଛନ୍ତି, ‘ଆପଣ ଭାବନ୍ତି କଣ ଆଉ ଘଟିଥାଏ କଣ।’
ପ୍ରକାଶ ଥାଉକି ପ୍ରିୟଙ୍କା ବର୍ତ୍ତମାନ ଶାଶୁଘରେ ଅଛନ୍ତି | ସେ ସ୍ବାମୀ ତଥା ଆମୋରିକାର ପପ ଗାୟକ ନିକ ଜୋନସଙ୍କ ସହ କାଲିଫର୍ଣ୍ଣିଆର ଲସ ଏଞ୍ଜେଲସରେ ଅଛନ୍ତି।