ମୁମ୍ବାଇ: ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ଆମେରିକାର ପପୁଲାର ପପ ଗାୟକ ନିକ ଜୋନସଙ୍କୁ ହଲିଉଡ ଠାରୁ ଅଧିକ ବଲିଉଡ ଗୀତ ପସନ୍ଦ । ନିକଟରେ ସ୍ବାମୀଙ୍କ ଏହି ପସନ୍ଦ ବିଷୟରେ ପତ୍ନୀ ପ୍ରିୟଙ୍କା ଏକ ସାକ୍ଷାତକାରରେ ଖୁଲାସା କରିଥିଲେ । ଯାହା ଏବେ ଫ୍ୟାନ୍ସଙ୍କ ପାଇଁ ସତ ସାବ୍ୟସ୍ତ ହୋଇଛି ।
ଆଜ୍ଞା ହଁ, ନିକ ନିଜ କନ୍ସର୍ଟ ପୂର୍ବରୁ ବଲିଉଡ ଗୀତ ଶୁଣନ୍ତି । ଏଥର ମଧ୍ୟ ନିଜ ଶୋ ପୂର୍ବରୁ ବଲିଉଡ ଗୀତରେ ଜବରଦସ୍ତ ଡାନ୍ସ କରୁଥିବାର ନଜର ଆସୁଛନ୍ତି । ଆୟୁଷ୍ମାନ ଖୁରାନାଙ୍କ ପପୁଲାର ଗୀତ ‘ମୋରନୀ ବନକେ’ରେ ଡାନ୍ସ କରୁଛନ୍ତି। ବର୍ତ୍ତମାନ ତାଙ୍କ ଏହି ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳୁଛି ।