ଓଡିଶା

odisha

ETV Bharat / sitara

PC becomes Mother via Surrogacy: ଟ୍ରୋଲର ଶିକାର ପ୍ରିୟଙ୍କା - ସରୋଗେସୀ ପଦ୍ଧତିରେ ମାଆ ହେଲେ ପ୍ରିୟଙ୍କା ଚୋପ୍ରା

ସରୋଗେସୀ ପଦ୍ଧତିରେ ମାଆ ହୋଇଛନ୍ତି ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରା । ଏହା ପରେ ତାଙ୍କୁ ସୋସିଆଲ ମିଡ଼ିଆରେ କରାଯାଉଛି ଟ୍ରୋଲ । ଏପରି ପଦ୍ଧତିରେ ମାଆ ହେବା ଅପେକ୍ଷା ବିଲକୁଲ୍‌ ମାଆ ନ ହେବା ଭଲ ବୋଲି କହିଛନ୍ତି ୟୁଜର୍ସ । ଅଧିକ ପଢନ୍ତୁ

PC becomes Mother via Surrogacy: ଭୀଷଣ ଟ୍ରୋଲରେ ହେଲେ ଶିକାର
PC becomes Mother via Surrogacy: ଭୀଷଣ ଟ୍ରୋଲରେ ହେଲେ ଶିକାର

By

Published : Jan 23, 2022, 2:56 PM IST

ମୁମ୍ବାଇ:ବଲିଉଡ଼ ଆଇକନ୍‌ ତଥା ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଏକ ଶିଶୁକନ୍ୟାର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । କିନ୍ତୁ ସେ ଏହି ଶିଶୁକୁ ସରୋଗେସୀ ପଦ୍ଧତିରେ ଜନ୍ମ ଦେଇଥିବା ବେଳେ ଏହାକୁ ନେଇ ତାଙ୍କୁ ଅନେକ ଟ୍ରୋଲର ଶିକାର ହେବାକୁ ପଡିଛି । ପ୍ରିୟଙ୍କାକୁ କଡା ସମାଲୋଚନା କରିଛନ୍ତି ନେଟିଜେନ୍ସ । ସେପଟେ ଏହା ତାଙ୍କର ବ୍ୟକ୍ତିଗତ ମାମଲା କହି ସମର୍ଥନରେ ବାହାରିଛନ୍ତି ଫ୍ୟାନ୍ସ ।

ଗତ ଶନିବାର ପ୍ରିୟଙ୍କା ଓ ନିକ୍‌ ନିଜ ଘରକୁ ନବଜାତକୁ ସ୍ବାଗତ କରିଛନ୍ତି । ଏ ନେଇ ସେମାନେ ନିଜ ସୋସିଆଲ ଆକାଉଣ୍ଟ ଜରିଆରେ ସୂଚନା ଦେଇଥିଲେ । ପ୍ରିୟଙ୍କା ଲେଖିଥିଲେ ଯେ, "ଆମେ ସରୋଗେସୀ ପଦ୍ଧତିରେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛୁ । ତେବେ ଏହି ସମୟରେ ଆମକୁ ପ୍ରାଇଭେସି ଦିଅନ୍ତୁ, ଯେହେତୁ ଆମେ ନିଜ ପରିବାର ଉପରେ ଫୋକସ କରିଛୁ । "ପ୍ରିୟଙ୍କାଙ୍କ ଏହି ଖବର ପରେ ତାଙ୍କୁ ଅନେକ ତାରକା ଶୁଭେଚ୍ଛା ଜଣାଇଥିଲେ ।

କିନ୍ତୁ କିଛି ସୋସିଆଲ ମିଡ଼ିଆ ୟୁଜର୍ସ ତାଙ୍କର ପ୍ରଥମ ସନ୍ତାନ ସରୋଗେସୀ ପଦ୍ଧତିରେ ଜନ୍ମକୁ ନେଇ ହଜମ କରିପାରି ନାହାନ୍ତି । ପ୍ରିୟଙ୍କା ପ୍ରସୂତି ଯନ୍ତ୍ରଣାରୁ ବର୍ତ୍ତିବା ପାଇଁ ସରୋଗେସୀ ପଦ୍ଧତି ବାଛିଥିବା କିଛି ନେଟିଜେନ୍ସ କହିଛନ୍ତି । ଜଣେ ୟୁଜର୍ସ ଏ ନେଇ ଲେଖିଛନ୍ତି ଯେ ବର୍ତ୍ତମାନ ଏହି ଧନୀ ଶ୍ରେଣୀର ଲୋକଙ୍କ ପାଇଁ ସରୋଗେସୀ ଗୋଟିଏ ପ୍ରକାର ଟ୍ରେଣ୍ଡରେ ପରିଣତ ହୋଇଛି । ଏହି ପଦ୍ଧତିରେ ସନ୍ତାନ ଜନ୍ମ ପରେ ବାସ୍ତବରେ କଣ ସେହି ମହିଳାଙ୍କ ମନରେ ବାସ୍ତବ ମା'ର ମମତା ଆସିପାରୁଛି ବୋଲି କିଛି କହିଛନ୍ତି ।

ଏହା ବି ପଢନ୍ତୁ: ମାଆ ହେଲେ ଦେଶୀ ଗର୍ଲ, ସୋସିଆଲ ମିଡିଆରେ ସେୟାର କଲେ ଖୁସି ଖବର

ପ୍ରସୂତି ଯନ୍ତ୍ରଣା ସହିତ ସନ୍ତାନକୁ ଜନ୍ମ କରୁଥିବା ମହିଳା ଯେପରି ନିଜ ସନ୍ତାନ ପ୍ରତି ସ୍ନେହ, ଭଲ ପାଇବା ରହିଥାଏ ଠିକ୍ ସେହିପରି କଣ ଏମାନଙ୍କ ମନରେ ମମତା ଆସୁଛି ବୋଲି କିଛି ୟୁଜର୍ସ ପ୍ରଶ୍ନ କରିଛନ୍ତି । ଆଉ ଜଣେ ୟୁଜର୍ସ କହିଛନ୍ତି ଯେ ଏପରି ସରୋଗେସୀ ପଦ୍ଧତିରେ ମାଆ ହେବା ଅପେକ୍ଷା ମାଆ ନ ହେବା ଭଲ । ମହିଳାଙ୍କ ଗର୍ଭଧାରଣରେ ସମସ୍ୟା ପାଇଁ ଏହି ସରୋଗେସୀ ପଦ୍ଧତି ବ୍ୟବହାର ହୋଇଥାଏ । ମାତ୍ର ବଲିଉଡ଼ ତାରକା ଏପରି କଲେ ଏହାକୁ ନେଇ ଘୃଣାଭାବ ଜାତ ହୋଇଥାଏ ବୋଲି ଜଣେ ୟୁଜର୍ସ କହିଛନ୍ତି ।

ଏହା ବି ପଢନ୍ତୁ: ସରୋଗେସି କ’ଣ ? ଏହା କେତେ ପ୍ରକାରର ଏବଂ ଭାରତରେ ଏହାର ନିୟମାବଳୀ କ’ଣ ରହିଛି ଜାଣନ୍ତୁ

ପ୍ରିୟଙ୍କାକୁ ଏପରି ଟ୍ରୋଲ କରିବା ପରେ ତାଙ୍କୁ ସମର୍ଥନ କରିଛନ୍ତି ଫ୍ୟାନ୍ସ । ଏହା ସେମାନଙ୍କ ବ୍ୟକ୍ତିଗତ ମାମଲା । ଏଥିରେ ହସ୍ତକ୍ଷେପ ନ କରିବାକୁ ଫ୍ୟାନ୍ସ କହିଛନ୍ତି । ହୁଏତ ଗର୍ଭଧାରଣରେ ପ୍ରିୟଙ୍କାକୁ କିଛି ସମସ୍ୟା ଥାଇପାରେ କିମ୍ବା ୩୦ ବର୍ଷ ପରେ ଗର୍ଭଧାରଣରେ ସମସ୍ୟା ଉପୁଜୁଥିବାରୁ ସେ ସରୋଗେସୀ ପଦ୍ଧତି ଅବଲମ୍ବନ କରିଥାଇପାରନ୍ତି ବୋଲି ଫ୍ୟାନ୍ସ କହିଛନ୍ତି । ଏହିପରି ଭାବରେ ସୋସିଆଲ ମିଡ଼ିଆରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ନଜର ଆସିଛି ।

ମାତ୍ର ଏହି ଟ୍ରୋଲକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ପ୍ରିୟଙ୍କା । ଆମେରିକାର ସାପ୍ତାହିକ ରିପୋର୍ଟ ଅନୁସାରେ ସରୋଗେସୀ ପଦ୍ଧତିରେ ପ୍ରିୟଙ୍କା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ଏହା ପୁଅ କି ଝିଅ ପ୍ରିୟଙ୍କା ସ୍ପଷ୍ଟ କରିନାହାନ୍ତି । ଗତ ୨୦୧୮ ମସିହାରେ ପ୍ରିୟଙ୍କା ରାଜସ୍ଥାନର ଯୋଧପୁରରେ ନିକ୍‌ଙ୍କୁ ବିବାହ କରିଥିଲେ । ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ ପରମ୍ପରା ଅନୁସାରେ ସେ ବିବାହ କରିଥିବା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details