ଓଡିଶା

odisha

ETV Bharat / sitara

ଗୋଟିଏ ଛୁଆରେ ଖୁସି ନାହାନ୍ତି ପ୍ରିୟଙ୍କା-ନିକ ! ପୁଣି କରିବେ ବେବି ପ୍ଲାନ୍‌ - ମାଆ ହେଲେ ପ୍ରିୟଙ୍କା

ନିକଟରେ ପ୍ରିୟଙ୍କା ଚୋପ୍ରା ସରୋଗେସି ଜରିଆରେ ତାଙ୍କର ପ୍ରଥମ ସନ୍ତାନର ମାଆ ହୋଇଥିଲେ । ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ପ୍ରଥମ ସନ୍ତାନ ପାଇ ବହୁତ ଖୁସି ଅଛନ୍ତି ଏବଂ ସେମାନେ ପୁନର୍ବାର ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଛନ୍ତି । ଅଧିକ ପଢନ୍ତୁ

ଗୋଟିଏ ଛୁଆରେ ଖୁସି ନାହାନ୍ତି ପ୍ରିୟଙ୍କା-ନିକ ଜୋନାସ୍ ! ପୁଣି କରିବେ ବେବି ପ୍ଲାନ୍‌
ଗୋଟିଏ ଛୁଆରେ ଖୁସି ନାହାନ୍ତି ପ୍ରିୟଙ୍କା-ନିକ ଜୋନାସ୍ ! ପୁଣି କରିବେ ବେବି ପ୍ଲାନ୍‌

By

Published : Jan 24, 2022, 11:00 AM IST

ହାଇଦ୍ରାବାଦ: ବଲିଉଡ଼ ଆଇକନ୍‌ ତଥା ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକୀୟ ପପ୍ ଷ୍ଟାର୍ ସ୍ବାମୀ ନିକ ଜୋନାସ୍ ଶିଶୁକନ୍ୟାର ମାତା-ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସରୋଗେସି ମାତୃତ୍ବ ଜରିଆରେ ପ୍ରିୟଙ୍କା ଚୋପ୍ରା ମା’ ହୋଇଛନ୍ତି । ନିକଟରେ 39 ବର୍ଷୀୟା ଅଭିନେତ୍ରୀ ସରୋଗେସି ମାଧ୍ୟମରେ ତାଙ୍କର ପ୍ରଥମ ସନ୍ତାନ ବିଷୟରେ ଘୋଷଣା କରିଥିଲେ । ତେବେ ଶୁଣିବାକୁ ମିଳୁଛି ସେମାନେ ଗୋଟିଏ ଛୁଆରେ ଖୁସି ନାହାନ୍ତି, ଉଭୟ ଏକାଧିକ ସନ୍ତାନ ଚାହୁଁଛନ୍ତି।

ଏହା ବି ପଢନ୍ତୁ: PC becomes Mother via Surrogacy: ଟ୍ରୋଲର ଶିକାର ପ୍ରିୟଙ୍କା

ଏକ ସୂତ୍ରରୁ ଜଣାପଡିଛି ଯେ ସେଲିବ୍ରିଟି ଦମ୍ପତିଙ୍କ ବନ୍ଧୁମାନେ ବି ଏଥିପାଇଁ ଉତ୍ସାହିତ ଅଛନ୍ତି। 2018 ରେ ପପ୍ ଷ୍ଟାରଙ୍କୁ ବିବାହ କରିଥିବା ଏହି ଅଭିନେତ୍ରୀ ଇନଷ୍ଟାଗ୍ରାମରେ ନିଜ ସନ୍ତାନର ଜନ୍ମ ଘୋଷଣା କରିଥିଲେ । ଫଟୋ ସେୟାରିଂ ପ୍ଲାଟଫର୍ମରେ ପ୍ରିୟଙ୍କା କହିଛନ୍ତି, 'ଆମେ ସରୋଗେସୀ ପଦ୍ଧତିରେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛୁ । ତେବେ ଏହି ସମୟରେ ଆମକୁ ପ୍ରାଇଭେସି ଦିଅନ୍ତୁ, ଯେହେତୁ ଆମେ ନିଜ ପରିବାର ଉପରେ ଫୋକସ କରିଛୁ ।' ପ୍ରିୟଙ୍କା ପ୍ରଥମ ସନ୍ତାନ ପ୍ରାପ୍ତି ପାଇଁ ତାଙ୍କର ଅଭିଳାଷ ବିଷୟରେ କହିଛନ୍ତି । ପ୍ରିୟଙ୍କା କହିଛନ୍ତି ଯେ ସେ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ଆସନ୍ତା ଦଶନ୍ଧି ମଧ୍ୟରେ ସେ ଅଧିକ ସନ୍ତାନ ପ୍ରାପ୍ତ କରିବାକୁ ଯୋଜନା କରୁଛନ୍ତି ।

ଏହା ବି ପଢନ୍ତୁ:ସରୋଗେସି କ’ଣ ? ଏହା କେତେ ପ୍ରକାରର ଏବଂ ଭାରତରେ ଏହାର ନିୟମାବଳୀ କ’ଣ ରହିଛି ଜାଣନ୍ତୁ

ତେବେ ପ୍ରିୟଙ୍କା ସରୋଗେସୀ ପଦ୍ଧତିରେ ଶିଶୁକୁ ଜନ୍ମ ଦେଇଥିବା ବେଳେ ଏହାକୁ ନେଇ ତାଙ୍କୁ ଅନେକ ଟ୍ରୋଲର ଶିକାର ହେବାକୁ ପଡିଛି । ପ୍ରିୟଙ୍କାକୁ କଡା ସମାଲୋଚନା କରିଛନ୍ତି ନେଟିଜେନ୍ସ । ଏହା ତାଙ୍କର ବ୍ୟକ୍ତିଗତ ମାମଲା କହି କିଛି ଫ୍ୟାନ୍ସ ସମର୍ଥନରେ ବାହାରିଥିବାବେଳେ ଆଉ କିଛି ଫ୍ୟାନ୍ସ ଏହାକୁ ହଜମ କରିପାରି ନାହାନ୍ତି ।

ପ୍ରିୟଙ୍କା ପ୍ରସୂତି ଯନ୍ତ୍ରଣାରୁ ବର୍ତ୍ତିବା ପାଇଁ ସରୋଗେସୀ ପଦ୍ଧତି ବାଛିଥିବା କିଛି ନେଟିଜେନ୍ସ କହିଛନ୍ତି । ଜଣେ ୟୁଜର୍ସ ଏ ନେଇ ଲେଖିଛନ୍ତି ଯେ ବର୍ତ୍ତମାନ ଏହି ଧନୀ ଶ୍ରେଣୀର ଲୋକଙ୍କ ପାଇଁ ସରୋଗେସୀ ଗୋଟିଏ ପ୍ରକାର ଟ୍ରେଣ୍ଡରେ ପରିଣତ ହୋଇଛି । ଏହି ପଦ୍ଧତିରେ ସନ୍ତାନ ଜନ୍ମ ପରେ ବାସ୍ତବରେ କଣ ସେହି ମହିଳାଙ୍କ ମନରେ ବାସ୍ତବ ମା'ର ମମତା ଆସିପାରୁଛି ବୋଲି କିଛି କହିଛନ୍ତି ।

ABOUT THE AUTHOR

...view details