ନୂଆଦିଲ୍ଲୀ: ଚଳିତ ବର୍ଷ ବଲିଉଡର ଫେମସ ଦମ୍ପତି ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ଲଣ୍ଡନରେ ଏକାଠି ରୋମାଣ୍ଟିକ ଆନ୍ଦାଜରେ ଦିପାବଳୀ ସେଲିବେଟ୍ର କରିଛନ୍ତି । ଉଭୟଙ୍କ ଅନେକ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି ।
ନିକଟରେ, ଦିପାବଳୀ ଅବସରରେ ପ୍ରିୟଙ୍କା ନିକଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଫଟୋରେ ପ୍ରିୟଙ୍କା ଏବଂ ନିକ ଦୁହେଁ ଏକାଠି ରୋମାଣ୍ଟିକ ଆନ୍ଦାଜରେ ଦୁହିଁଙ୍କୁ ଦେଖି ଦୀପ ଧରିଥିବାର ଦେଖିବାକୁ ମିଳିଛି ।
ଏଥିସହିତ ଫଟୋରେ ପ୍ରିୟଙ୍କା ଏକ ଶାଢୀ ସହ ଷ୍ଟାଇଲିସ କାନଫୁଲ ପିନ୍ଧିଥିବାବେଳେ ଅପରପକ୍ଷେ ନିକ ଏକ କଳା ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି ।