ଓଡିଶା

odisha

ETV Bharat / sitara

ସଂଘର୍ଷମୟ କାହାଣୀ ନେଇ ଆସିଲେ ଦେଶୀ ଗାର୍ଲ, ଦେଖନ୍ତୁ ଟ୍ରେଲର

ଅକ୍ଟୋବର 11ରେ ରିଲିଜ ହେବ ‘ଦ ସ୍କାଇ ଇଜ ପିଙ୍କ’ ଫିଲ୍ମ । ଫ୍ୟାମିଲି ଡ୍ରାମାକୁ ନେଇ ଆଧାରିତ ଏହି ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଯାଇଛି । ସଂଘର୍ଷଭରା ଜାୟରାଙ୍କ କାହାଣୀ ‘ଦ ସ୍କାଇ ଇଜ ପିଙ୍କ’ ।

By

Published : Sep 10, 2019, 11:50 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ନିର୍ଦ୍ଦେଶିକା ସୋନାଲୀ ବୋଷଙ୍କ ଅପକମିଂ ଫିଲ୍ମ ‘ଦ ସ୍କାଇ ଇଜ ପି’ଙ୍କ ଜରିଆରେ ବଲିଉଡକୁ କମବ୍ୟାକ କରିବାକୁ ଯାଉଛନ୍ତି ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏହି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ନିର୍ଦ୍ଦେଶକ, ଅଭିନେତା ଫରହାନ ଅଖତର । ଆଉ ଏହି ଦୁଇଜଣଙ୍କ ଝିଅ ଭୂମିକାରେ ଦେଖାଯିବେ ନିକଟରେ ବଲିଉଡ ଛାଡିଥିବା ଦଙ୍ଗଲ ଗାର୍ଲ ଜାୟରା ୱାସମୀ । ‘ଦ ସ୍କାଇ ଇଜ ପିଙ୍କ’ ତାଙ୍କ ଶେଷ ଫିଲ୍ମ ଥିଲା ।

ଯାହାର ଜବରଦସ୍ତ ଟ୍ରେଲର ମଙ୍ଗଳବାର ରିଲିଜ ହୋଇଯାଇଛି । ଯେଉଁଥିରେ ପିତା-ମାତାଙ୍କ କାହାଣୀ କହୁଥିବାର ନଜର ଆସୁଛନ୍ତି ଜାୟରା । ଏହି ଟ୍ରେଲରରେ ରୋମାନ୍ସ, ଇମୋସନ୍ସ, ଏବଂ ଫ୍ୟାମିଲି ଲଭକୁ ଦେଖିବାକୁ ମିଳିଛି । ‘ଦ ସ୍କାଇ ଇଜ ପିଙ୍କ’ ପପୁଲାର ମୋଟିଭେସନାଲ ସ୍ପୀକର ଆୟଶା ଚୌଧୁରୀଙ୍କ ଜୀବନ ଉପରେ ଆଧାରିତ । ଯିଏ ପଲ୍ମନରୀ ଫାଇବରୋସିସ ରୋଗରେ ଗ୍ରସ୍ତ ।

ପ୍ରିୟଙ୍କା ଫିଲ୍ମରେ ଆଦିତି ଚୌଧୁରୀ ଭୂମିକାରେ ଅଭିନୟ କରୁଥିବା ବେଳେ ଫରହାନ ନିରେନ ଚୌଧୁରୀ ଭୂମିକାରେ ଦେଖାଯିବେ । ଏହି ତିନି କଳାକାରଙ୍କ ବ୍ୟତୀତ ଫିଲ୍ମରେ ଅଭିନେତା ରୋହିତ ସୁରେଶ ସରାଫ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଅକ୍ଟୋବର 11ରେ ‘ଦ ସ୍କାଇ ଇଜ ପିଙ୍କ’ ରିଲିଜ ହେବାକୁ ଯାଉଛି।

ABOUT THE AUTHOR

...view details