ଓଡିଶା

odisha

ପ୍ରିୟଙ୍କା-ରାଜକୁମାର ରାଓଙ୍କ ଫିଲ୍ମ 'ଦ ହ୍ବାଇଟ ଟାଇଗର'ର ଦମଦାର ଟ୍ରେଲର ରିଲିଜ୍

By

Published : Dec 22, 2020, 8:55 PM IST

ନେଟଫ୍ଲିକ୍ସରେ ଆଗାମୀ ଫିଲ୍ମ 'ଦ ହ୍ବାଇଟ ଟାଇଗର'ର ଦମଦାର ଟ୍ରେଲର ରିଲିଜ ହୋଇଛି । ପ୍ରିୟଙ୍କା ଏବଂ ରାଜକୁମାର ରାଓଙ୍କ ସହ ଆଦର୍ଶ ଗୌରବଙ୍କ ଅଭିନୟ ଟ୍ରେଲରରେ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

priyanka-and-rajkumar-rao-film-the-white-tiger-trailer-released
ପ୍ରିୟଙ୍କା-ରାଜକୁମାର ରାଓଙ୍କ ଫିଲ୍ମ 'ଦ ହ୍ବାଇଟ ଟାଇଗର'ର ଦମଦାର ଟ୍ରେଲର ରିଲିଜ୍

ହାଇଦ୍ରାବାଦ: ବଲିଉଡର ଦେଶୀ ଗାର୍ଲ ତଥା ଅଭିନେତ୍ରୀ ପ୍ରିୟଙ୍କା ଏବଂ ରାଜକୁମାର ରାଓଙ୍କ ଫିଲ୍ମ 'ଦ ହ୍ବାଇଟ ଟାଇଗର'ର ଦମଦାର ଟ୍ରେଲର ମୁକ୍ତିଲାଭ କରିଛି । ନେଟଫ୍ଲିକ୍ସରେ ଆଗାମୀ ଚଳଚ୍ଚିତ୍ର 'ଦ ହ୍ବାଇଟ ଟାଇଗର'ର ଟ୍ରେଲରକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି ।

ଫିଲ୍ମର ପ୍ରିୟଙ୍କା ଏବଂ ରାଜକୁମାର ରାଓଙ୍କ ସହ ଆଦର୍ଶ ଗୌରବ ନଜର ଆସିଛନ୍ତି । ଫିଲ୍ମ ଟ୍ରେଲରରେ ଅଭିନେତା ମହେଶ ମଞ୍ଜରେକରଙ୍କ ମଧ୍ୟ ଝଲକ ଦେଖିବାକୁ ମିଳିଛି । ସମସ୍ତ ପ୍ଲାଟଫର୍ମରେ ଟ୍ରେଲରକୁ ପ୍ରଶଂସା କରାଯାଉଛି ।

ଅରବିନ୍ଦ ଆଡିଗାଙ୍କ ଦ୍ବାରା ଲିଖିତ 'ଦ ହ୍ବାଇଟ ଟାଇଗର'ହେଉଛି ଏକ ସଂଘର୍ଷର କାହାଣୀ । କାହାଣୀଟି, ଜଣେ ନିମ୍ନ ବର୍ଗର ନାଗରିକ ଏବଂ ଜଣେ ଧନୀ ବ୍ୟକ୍ତି ଏବଂ ତାଙ୍କ ପତ୍ନୀଙ୍କ ପାଇଁ ଡ୍ରାଇଭରର କାମ କରିଥାନ୍ତି । କାହାଣୀଟି ଆଗକୁ ବଢିବା ସହିତ ଚରିତ୍ରମାନଙ୍କ ଜୀବନ ଏକ ଚମତ୍କାର ମୋଡ଼ ସହିତ ବଦଳିଯାଏ । ଏହା ଦାରିଦ୍ର୍ୟ, ଦୁର୍ନୀତି ଏବଂ ବର୍ଗୀକରଣକୁ ମଧ୍ୟ ଦର୍ଶାଏ ।

ପ୍ରକାଶ ଥାଉ ଯେ, ଟ୍ରେଲର ରିଲିଜ ହେବା ପରେ ସମସ୍ତେ ଆଦର୍ଶଙ୍କ ଦମଦାର ଅଭିନୟ ବିଷୟରେ କଥାବାର୍ତ୍ତା କହୁଛନ୍ତି । ପ୍ରିୟଙ୍କା ମଧ୍ୟ ଆଦର୍ଶଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି ।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରମିନ ବହରାନୀ । ଏହି ଫିଲ୍ମ 22 ଜାନୁୟାରୀ 2021ରେ ନେଟଫ୍ଲିକ୍ସରେ ଅନଲାଇନରେ ମୁକ୍ତିଲାଭ କରିବ ।

ABOUT THE AUTHOR

...view details