ହାଇଦ୍ରାବାଦ: ପ୍ରିୟା ପ୍ରକାଶ ୱାରିୟର, ଯିଏକି ନିଜ ଆଖିର ଇସାରାରେ ରାତାରାତି ଷ୍ଟାର ପାଲଟିଯାଇଛନ୍ତି । ପ୍ରଥମ ଫିଲ୍ମର ଗୋଟିଏ ସିନ ପ୍ରିୟାଙ୍କୁ ଏତେମାତ୍ରାରେ ଯେ ସଫଳତା ଆଣିଦେବ ତାହା ନିର୍ମାତା ମଧ୍ୟ ଜାଣିନଥିବେ । କିନ୍ତୁ ନିକଟରେ ନିର୍ମାତା ଏମିତି ଏକ ଖୁଲାସା କରିଛନ୍ତି ଯାହା ଜାଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହେବେ...
'ପ୍ରିୟା ନଥିଲେ ପ୍ରଥମ ପସନ୍ଦ' - Omar Lulu
ପ୍ରିୟା ପ୍ରକାଶ ୱାରିୟର, ଯିଏକି ନିଜ ଆଖିର ଇସାରାରେ ରାତାରାତି ଷ୍ଟାର ପାଲଟିଯାଇଛନ୍ତି । ପ୍ରଥମ ଫିଲ୍ମର ଗୋଟିଏ ସିନ ପ୍ରିୟାଙ୍କୁ ଏତେମାତ୍ରାରେ ଯେ ସଫଳତା ଆଣିଦେବ ତାହା ନିର୍ମାତା ମଧ୍ୟ ଜାଣିନଥିବେ । କିନ୍ତୁ ନିକଟରେ ନିର୍ମାତା ଏମିତି ଏକ ଖୁଲାସା କରିଛନ୍ତି ଯାହା ଜାଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହେବେ
!['ପ୍ରିୟା ନଥିଲେ ପ୍ରଥମ ପସନ୍ଦ'](https://etvbharatimages.akamaized.net/etvbharat/images/768-512-2660458-400-806de2e5-2f04-4db1-8c65-341a483447ab.jpg)
ନିକଟରେ ଏକ ସାକ୍ଷାତକାରରେ ଫିଲ୍ମ 'ଓରୁ ଆଦାର ଲଭ'ର ନିର୍ମାତା ଓମାର କହିଛନ୍ତି, ଫିଲ୍ମ ପାଇଁ ପ୍ରିୟା ପ୍ରକାଶ ତାଙ୍କର ପ୍ରଥମ ପସନ୍ଦ ନଥିଲେ । ଫିଲ୍ମର ଅନ୍ୟ ଜଣେ ଅଭିନେତ୍ରୀ ନୁରିନ ଶରିଫ ଥିଲେ ତାଙ୍କର ପ୍ରଥମ ପସନ୍ଦ । ଏହାଛଡା ଫିଲ୍ମର କାହାଣୀ ମଧ୍ୟ ଭିନ୍ନ ଥିଲା ।
ପ୍ରଥମେ ଫିଲ୍ମର କାହାଣୀ ଏକ କପୁଲଙ୍କ ମର୍ଡରକୁ ନେଇ ଥିଲା । କିନ୍ତୁ ତାହା କୌଣସି କାରଣରୁ ସ୍ଥଗିତ ରହିବାରୁ ପ୍ରଯୋଜକ ପ୍ରିୟାଙ୍କୁ ନେଇ ପ୍ରେମଭରା ଏକ ଫିଲ୍ମ କରିବା ପାଇଁ କହିଥିଲେ ।' ନିଜେ ଓମାର ମଧ୍ୟ ନୁରିନଙ୍କୁ ପ୍ରିୟାଙ୍କ ଠାରୁ ଅଧିକ ପସନ୍ଦ କରିଥିଲେ । ପ୍ରକାଶ ଥାଉକି, ପ୍ରିୟା ଏବେ ଫିଲ୍ମ 'ଶ୍ରୀଦେବୀ ବଙ୍ଗଲୋ'ର ରିଲିଜକୁ ନେଇ ପ୍ରସ୍ତୁତ, ଯାହାକି ପ୍ରିୟାଙ୍କ ବଲିଉଡ ଡେବ୍ୟୁ ମଧ୍ୟ ।