ଓଡିଶା

odisha

ETV Bharat / sitara

Prithviraj Release Date Out: ଜୁନ୍‌ରେ ରିଲିଜ ହେବ ପୃଥୀରାଜ, ଫାଷ୍ଟ ଲୁକ ଆଉଟ - ପୃଥୀରାଜର ଫାଷ୍ଟ ଲୁକ ଆଉଟ

ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ବଡ଼ ଖବର ଆସିଛି। ଅଭିନେତା ଅକ୍ଷୟ କୁମାର ଏବଂ ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଷୀ ଚିଲ୍ଲାରଙ୍କ ଅଭିନୀତ ଚଳଚ୍ଚିତ୍ର 'ପୃଥୀରାଜ'ର ରିଲିଜ୍ ତାରିଖ ସାମ୍ନାକୁ ଆସିଛି। ଅଧିକ ପଢନ୍ତୁ

ଜୁନ୍‌ରେ ରିଲିଜ ହେବ ପୃଥୀରାଜ, ଫାଷ୍ଟ ଲୁକ ଆଉଟ
ଜୁନ୍‌ରେ ରିଲିଜ ହେବ ପୃଥୀରାଜ, ଫାଷ୍ଟ ଲୁକ ଆଉଟ

By

Published : Feb 10, 2022, 9:23 PM IST

ହାଇଦ୍ରାବାଦ: ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ବଡ଼ ଖବର ଆସିଛି। ନିକଟରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ବଡେ ମିୟାଁ ଛୋଟେ ମିୟାଁ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଅକ୍ଷୟଙ୍କ ପ୍ରଶଂସକଙ୍କ ପାଇଁ ପୁଣି ଏକ ଖୁସି ଖବର ରହିଛି। ଅଭିନେତା ଅକ୍ଷୟ କୁମାର ଏବଂ ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଷୀ ଚିଲ୍ଲାରଙ୍କ ଅଭିନୀତ ଚଳଚ୍ଚିତ୍ର 'ପୃଥୀରାଜ'ର ରିଲିଜ୍ ତାରିଖ ସାମ୍ନାକୁ ଆସିଛି। ୟଶ ରାଜ ଫିଲ୍ମର ଚାରୋଟି ଗ୍ରାଣ୍ଡ ମୋସନ ପୋଷ୍ଟର ରିଲିଜ କରି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । 'ପୃଥୀରାଜ'ରୁ ସୋନୁ ସୁଦ, ସଞ୍ଜୟ ଦତ୍ତ, ମାନୁଷୀ ଚିଲ୍ଲାର ଏବଂ ଅକ୍ଷୟ କୁମାରଙ୍କ ମୋସନ ପୋଷ୍ଟର ରିଲିଜ୍ ହୋଇଛି ଏବଂ ପ୍ରଥମ ଲୁକ୍ ମଧ୍ୟ ରିଲିଜ୍ ହୋଇଛି।

'ପୃଥୀରାଜ' 2022 ଜୁନ୍ 10ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଅକ୍ଷୟ କୁମାର ମଧ୍ୟ ଏହି ଚାରିଟି ମୋସନ ପୋଷ୍ଟରକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। କରୋନା କାରଣରୁ ପ୍ରେକ୍ଷାଳୟ ବନ୍ଦ ହେତୁ ଚଳିତ ବର୍ଷ ଜାନୁଆରୀରେ ଫିଲ୍ମ ରିଲିଜ୍ ହୋଇପାରି ନଥିଲା। ଫିଲ୍ମର ରିଲିଜ୍ ତାରିଖ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା ।

ଚାରୋଟି ମୋସନ ପୋଷ୍ଟର ବିଷୟରେ କହିବାକୁ ଗଲେ ସଞ୍ଜୟ ଦତ୍ତଙ୍କ ଚରିତ୍ରର ନାମ ହେଉଛି କାକା କାହ୍ନ । ଏଥି ସହିତ ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଷୀ ଚିଲ୍ଲାର ଏହି ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରୁଛନ୍ତି। ସେ ଏହି ଚଳଚ୍ଚିତ୍ରରେ କନ୍ନୋଜ ରାଜକୁମାରୀ ସଂଯୋଗିତାଙ୍କ ଭୂମିକାରେ ଅଭିନୟ କରିବେ।

ଚନ୍ଦ୍ର ପ୍ରକାଶ ଦ୍ବିବେଦୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ଅକ୍ଷୟ କୁମାର 'ପୃଥୀରାଜ'ର ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏଥିସହିତ ସୋନୁ ସୁଦ ପୃଥୀରାଜ ଚୌହାନଙ୍କ ବନ୍ଧୁ ତଥା ରାଜକବି ଚାନ୍ଦ ଦରବାଇଙ୍କ ଭୂମିକାରେ ନଜର ଆସିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details