ଓଡିଶା

odisha

ETV Bharat / sitara

Volodymyr Zelensky: 8ବର୍ଷ ଡେଟ୍‌ ପରେ ବିବାହ, ଚର୍ଚ୍ଚାରେ ଜେଲେନସ୍କିଙ୍କ ଲଭଷ୍ଟୋରୀ - ଭୋଲୋଦିମିର ଜେଲେନସ୍କି-ଓଲେନା ଜେଲେନସ୍କା ଲଭ୍‌ ଷ୍ଟୋରୀ

ଭୋଲୋଦିମିର ଜେଲେନସ୍କି ସ୍କୁଲ ସମୟରୁ ଜଣେ ଝିଅ ଉପରେ ଫିଦା ହୋଇଯାଇଥିଲେ । ବିବାହ ପୂର୍ବରୁ 8 ବର୍ଷ ଧରି ଡେଟ କରିବା ପରେ ସେ ତାଙ୍କୁ ବିବାହ କରିଥିଲେ । ଆସନ୍ତୁ ଜାଣିବା ଭୋଲୋଦିମିର ଜେଲେନସ୍କି ଏବଂ ଓଲେନା ଜେଲେନସ୍କାଙ୍କ ଲଭ୍‌ ଷ୍ଟୋରୀ । ଅଧିକ ପଢନ୍ତୁ

ଭୋଲୋଦିମିର ଓଲେନା ଜେଲେନସ୍କାଙ୍କୁ କରିଥିଲେ ବିବାହ
ଭୋଲୋଦିମିର ଓଲେନା ଜେଲେନସ୍କାଙ୍କୁ କରିଥିଲେ ବିବାହ

By

Published : Feb 28, 2022, 8:16 PM IST

ହାଇଦ୍ରାବାଦ: ୟୁକ୍ରେନ ଗତ ପାଞ୍ଚ ଦିନ ଧରି ଋଷର ଧୂଆଁଦାର ଆକ୍ରମଣର ସାମ୍ନା କରୁଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଷ୍ପତ୍ତି ନେଇସାରିଛନ୍ତି ଯେ ସେ ୟୁକ୍ରେନକୁ ଦଖଲ କରିକି ହିଁ ରହିବେ । ଏପଟେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ମଧ୍ୟ ପୁଟିନଙ୍କୁ ସ୍ପଷ୍ଟ ଭାବରେ କହିଦେଇଛନ୍ତି, ଯାହା ବି ହେଉ ପଛକୁ ହଟିବି ନାହିଁ । ଏହା କହି ୟୁକ୍ରେନର ରାଷ୍ଟ୍ରପତି ସେନା ୟୁନିଫର୍ମ ପିନ୍ଧି ପୁଟିନଙ୍କ ପଲଟନଙ୍କୁ ଜବାବ ଦେବାକୁ ଯୁଦ୍ଧରେ ପ୍ରବେଶ କରିଛନ୍ତି ।

ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି

ଆଉ ଜେଲେନସ୍କିଙ୍କ ଲଢୁଆ ମନୋଭାବ ପାଇଁ ଏବେ ସେ ତାଙ୍କ ଦେଶର ଜାତୀୟ ହିରୋ ହୋଇପାରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ସେ ଜଣେ ହାସ୍ୟ ଅଭିନେତା ମଧ୍ୟ ଅଟନ୍ତି । ସେ ଅନେକ ସୋ’ରେ ନିଜର ହାସ୍ୟ ଯାଦୁ ଦେଖାଇସାରିଛନ୍ତି । ଭୋଲୋଦିମିର ଜେଲେନସ୍କି ସ୍କୁଲ ସମୟରୁ ଜଣେ ଝିଅ ଉପରେ ଫିଦା ହୋଇଯାଇଥିଲେ । ବିବାହ ପୂର୍ବରୁ 8 ବର୍ଷ ଧରି ଡେଟ କରିବା ପରେ ସେ ତାଙ୍କୁ ବିବାହ କରିଥିଲେ । ଆସନ୍ତୁ ଜାଣିବା ଭୋଲୋଦିମିର ଜେଲେନସ୍କି ଏବଂ ଓଲେନା ଜେଲେନସ୍କାଙ୍କ ଲଭ୍‌ ଷ୍ଟୋରୀ ।

ଓଲେନା ଜେଲେନସ୍କା

କିଏ ୟୁକ୍ରେନର 'ନ୍ୟାସନାଲ ହିରୋ' ଭୋଲୋଦିମିର ଜେଲେନସ୍କି

ଭୋଲୋଦିମିର ଜେଲେନସ୍କି 1978 ଜାନୁଆରୀ 25ରେ ସୋଭିଏତ ୟୁନିଅନର ଏକ ସହର କ୍ରିଭ ରିହର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ଏହି ସହର ୟୁକ୍ରେନର ଏକ ଅଂଶ । ଜେଲେନସ୍କିଙ୍କ ପିତା-ମାତା ଇହୁଦୀ ଥିଲେ । Kyiv National Economic Universityରୁ ଆଇନ ଡିଗ୍ରୀ ହାସଲ କରିବା ପରେ ସେ ନିଜକୁ ଜଣେ ହାସ୍ୟ ଅଭିନେତା ଭାବରେ ପରିଚିତ କରାଇଲେ ।

ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି

ହାସ୍ୟ ଅଭିନେତାରୁ ରାଷ୍ଟ୍ରପତିଙ୍କ ଯାତ୍ରା

ୟୁକ୍ରେନର ରାଷ୍ଟ୍ରପତି ହେବା ପୂର୍ବରୁ ଜେଲେନସ୍କି ଜଣେ ହାସ୍ୟ ଅଭିନେତା ଏବଂ ଅଭିନେତା ଥିଲେ । କୁହାଯାଏ ଯେ ହାସ୍ୟ ଅଭିନେତା ଭାବରେ ତାଙ୍କର ଲୋକପ୍ରିୟତା ଆଧାରରେ ସେ ଦେଶର ଷଷ୍ଠ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। 44 ବର୍ଷୀୟ ଜେଲେନସ୍କିଙ୍କୁ ରାଷ୍ଟ୍ରପତି ହେବା ପୂର୍ବରୁ ରାଜନିତି ଉପରେ କୌଣସି ଅଭିଜ୍ଞତା ନଥିଲା । ରାଷ୍ଟ୍ରପତି ନିର୍ବାଚନ ସମୟରେ ଜେଲେନସ୍କି ତାଙ୍କ ଲୋକଙ୍କୁ ଆଶ୍ବସନା ଦେଇଥିଲେ ଯେ ସେ ଋଷ ସହିତ ବିବାଦର ଅନ୍ତ ଘଟାଇବେ ଏବଂ ଏଥିପାଇଁ ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେବେ ।

ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି

ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, 2018 ମସିହାରେ ସେ ତାଙ୍କର 2015 ରିଲିଜ ହୋଇଥିବା ସିରିଜ୍ 'Servant of People' ନାମରେ ଏକ ପାର୍ଟି କରିଥିଲେ । ଏଥି ସହିତ, ଆସନ୍ତା ବର୍ଷ 2019 ରେ ହିଁ ସେ ନିଜକୁ ନିଜ ଦଳରୁ ନା କେବଳ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କଲେ, ବରଂ ଦେଶର ସର୍ବ ବୃହତ ନିର୍ବାଚନରେ ​​ଏକପାଖିଆ ବିଜୟ ହାସଲ କରିଥିଲେ।

କିଏ ଓଲେନା ଜେଲେନସ୍କା

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ପତ୍ନୀ ଓଲେନା ଜେଲେନସ୍କା ଜଣେ ପ୍ରଭାବଶାଳୀ, କାର୍ଯ୍ୟକର୍ତ୍ତା, ସ୍ଥପତି ଏବଂ ସ୍କ୍ରିନ୍ ରାଇଟର୍ । 2019 ମସିହାରେ, ଜେଲେନସ୍କାଙ୍କ ନାମ ଫୋକସ୍ ମାଗାଜିନରେ ୟୁକ୍ରେନର 100 ସର୍ବାଧିକ ପ୍ରଭାବିତ ସେଲିବ୍ରିଟିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଥିଲା । ସେ ଏହି ତାଲିକାରେ 30 ତମ ସ୍ଥାନରେ ରହିଥିଲେ । ସେ Vogue ମାଗାଜିନର କଭର ପେଜରେ ମଧ୍ୟ ନଜର ଆସିଛନ୍ତି ।

ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି-ଓଲେନା ଜେଲେନସ୍କା

ଓଲେନା 6 ଫେବୃଆରୀ 1978 ରେ କ୍ରିଭି ରିହରେ ଜନ୍ମଗ୍ରହଣ କରିଥିଲେ । ଜେଲେନସ୍କା କ୍ରିଭି ରିହ ନ୍ୟାସନାଲ ୟୁନିଭର୍ସିଟିର ଫ୍ୟାକଲ୍ଟି ଅଫ୍‌ ସିଭିଲ୍ ଇଞ୍ଜିନିୟରିଂରୁ ଆର୍କିଟେକ୍ଟ କରିଥିଲେ । ଥରେ ସେ ୟୁକ୍ରେନର ପ୍ରସିଦ୍ଧ ପ୍ରଡକ୍ସନ୍ ହାଉସ୍ Kvartal 95 ପାଇଁ ଏକ ସ୍କ୍ରିପ୍ଟ ଲେଖିଥିଲେ ଏବଂ ସେବେଠାରୁ ଲେଖକ ହେବା ଯାତ୍ରା ତାଙ୍କର ଆରମ୍ଭ ହୋଇଥିଲା ।

ଜେଲେନସ୍କି ଏବଂ ଜେଲେନସ୍କାଙ୍କ ପ୍ରେମ କାହାଣୀ

ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି-ଓଲେନା ଜେଲେନସ୍କା

ଭୋଲୋଦିମିର ଏବଂ ଓଲେନା ଗୋଟିଏ ବିଦ୍ୟାଳୟରେ ଏକାଠି ପାଠ ପଢୁଥିଲେ, କିନ୍ତୁ ସେହି ସମୟରେ ଦୁହେଁ ପରସ୍ପରକୁ ମଧ୍ୟ ଜାଣି ନଥିଲେ । ୟୁକ୍ରେନର ରାଷ୍ଟ୍ରପତି ଥରେ କହିଥିଲେ ଯେ ସେ ଓଲେନାଙ୍କ ଶ୍ରେଣୀର ଅନେକ ଛାତ୍ରଙ୍କୁ ଜାଣିଥିଲେ, କିନ୍ତୁ ତାଙ୍କୁ ନୁହେଁ । ଯେତେବେଳେ ଓଲେନା ନ୍ୟାସନାଲ ୟୁନିଭରସିଟିରେ ପଢୁଥିଲେ, ସେହି ସମୟରେ ଭୋଲୋଦିମିର ସହ ତାଙ୍କର ଘନିଷ୍ଠତା ବଢିବାକୁ ଲାଗିଲା । ଦୁହେଁ ପରସ୍ପରକୁ ଆଠ ବର୍ଷ ଧରି ଡେଟ କରିବା ପରେ 6 ସେପ୍ଟେମ୍ବର 2003 ରେ ବିବାହ କରିଥିଲେ । 2004 ରେ, ଏହି ଦମ୍ପତିଙ୍କର ପ୍ରଥମ ସନ୍ତାନ ହୋଇଥିଲା, ଯାହାର ନାମ ଓଲେକ୍ସେନ୍ଦ୍ରା ଏବଂ 2013 ରେ ଓଲେନା ପୁଅ କିରଲେଙ୍କୁ ଜନ୍ମ ଦେଇଥିଲେ ।

ଓଲେନା ଜେଲେନସ୍କା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details