ହାଇଦ୍ରାବାଦ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ସାକ୍ଷାତ କରିଛନ୍ତି । ଲତାଙ୍କ ଘରେ ଏହି ସାକ୍ଷାତକାର ହୋଇଛି । ଲତା ଏକ ଫଟୋ ସେୟାର କରି ନିଜକୁ ସମ୍ମାନିତ ମନେ କରୁଛନ୍ତି ବୋଲି କହିଛନ୍ତି ଲତା ।
ଲତା ମଙ୍ଗେସକରଙ୍କୁ ଭେଟିଲେ ରାଷ୍ଟ୍ରପତି - ଲତା ମଙ୍ଗେସକର
ଲତା ମଙ୍ଗେସକରଙ୍କୁ ସାକ୍ଷାତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସାଥିରେ ମହାରାଷ୍ଟ୍ରର ରାଜ୍ୟପାଳ ଓ ଶିକ୍ଷାମନ୍ତ୍ରୀ ସମେତ ପତ୍ନୀ ଓ ଝିଅଙ୍କ ସହ ନଜର ଆସିଲେ ରାଷ୍ଟ୍ରପତି ।
ଫଟୋ ସୌଜନ୍ୟ: ଟ୍ବିଟର/@mangeshkarlata
ରାମନାଥ କୋବିନ୍ଦଙ୍କ ସହ ପତ୍ନୀ ସବିତା କୋବିନ୍ଦ, ଝିଅ ସ୍ବାତୀ କୋବିନ୍ଦ, ମହାରାଷ୍ଟ୍ରର ରାଜ୍ୟପାଳ ବିଦ୍ୟାସାଗର ରାଓ ଓ ଶିକ୍ଷାମନ୍ତ୍ରୀ ଶ୍ରୀ ବିନୋଦ ତାୱଡେ ମଧ୍ୟ ଉପସ୍ଥିତ ଥିଲେ । ଏହାସହ ରାଷ୍ଟ୍ରପତିଙ୍କ ମନପସନ୍ଦ ଗୀତ ‘ୟେ ମେରେ ବତନ କେ ଲୋଗୋଁ’ ବୋଲି ଆଉ ଏକ ଟ୍ବିଟ କରି ଜଣାଇଛନ୍ତି ଲତା ।