ମୁମ୍ବାଇ: ଲୋକପ୍ରିୟ ତାମିଲ ଟେଲିଭିଜନ ଅଭିନେତ୍ରୀ ଚିତ୍ରା କାମରାଜଙ୍କ ଆତ୍ମହତ୍ୟା ବୁଧବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଚେନ୍ନାଇର ନାଜରାଥପେଟର ଏକ ହୋଟେଲ ରୁମରେ ‘ପାଣ୍ଡିଆନ୍ ଷ୍ଟୋରେଜ’ ଅଭିନେତ୍ରୀଙ୍କ ମୃତଦେହ ମିଳିବା କଥା ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଇତିମଧ୍ୟରେ ସାମ୍ନାକୁ ଆସିଛି ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଚିତ୍ରାଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି ଯେ ତାଙ୍କ ମୃତ୍ୟୁ ଆତ୍ମହତ୍ୟା ଦ୍ବାରା ହୋଇଛି ।
ଗୁରୁବାର ଦିନ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଦୁଇ ଡାକ୍ତରଙ୍କ ଦ୍ବାରା କିଲପକ୍ ମେଡିକାଲ କଲେଜ ହସ୍ପିଟାଲରେ ଏହି ପୋଷ୍ଟମର୍ଟମ କରାଯାଇଥିଲା ।
ଗତ 9ରେ ଚେନ୍ନାଇର ନାଜରାଥପେଟରେ ଥିବା ଏକ ହୋଟେଲ ରୁମରେ ଏହି ଅଭିନେତ୍ରୀଙ୍କ ମୃତଦେହ ମିଳିଥିଲା । ମାତ୍ର 29 ବର୍ଷ ବୟସରେ ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣା ସମୟରେ ଚିତ୍ରାଙ୍କ ପ୍ରେମିକ ହେମନାଥ ମଧ୍ୟ ତାଙ୍କ ସହ ରହିଥିଲେ ବୋଲି ଶୁଣିବାକୁ ମିଳୁଛି । ହୋଟେଲରେ ଚିତ୍ରାଙ୍କ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ ହୋଟେଲ କର୍ମଚାରୀ ।