ହାଇଦ୍ରାବାଦ:ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ର ମେଗା ନିଲାମ ଫେବୃଆରୀ ୧୨ରେ ବେଙ୍ଗାଲୁରୁରେ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ଫ୍ରାଞ୍ଚାଇଜର ସହ ମାଲିକାଣି ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଟ୍ବିଟ୍ କରି ପ୍ରଶଂସକଙ୍କୁ ଚକିତ କରିଛନ୍ତି । ଏହି ଟୁଇଟରେ ଅଭିନେତ୍ରୀ କହିଛନ୍ତି ଯେ, ସେ ଚଳିତ ସିଜନରେ ନିଲାମକୁ ଆସି ପାରିବେ ନାହିଁ। ଅଭିନେତ୍ରୀ ଏହାର ସୂଚନା ସାମାଜିକ ଗଣମାଧ୍ୟମ ଜରିଆରେ ଦେଇଛନ୍ତି । ଅଭିନେତ୍ରୀ ମଧ୍ୟ ଏହାର ପ୍ରକୃତ କାରଣ ଦର୍ଶାଇଛନ୍ତି । ଏହି ସୂଚନା ସହିତ ଅଭିନେତ୍ରୀ ଶେଷ ନିଲାମର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । IPL 2022 season ପାଇଁ ନିଲାମ ଫେବୃଆରୀ 12 ଓ 13ରେ ବେଙ୍ଗାଲୁରୁରେ ଆୟୋଜିତ ହେବ ।
ଆଇପିଏଲ୍ ନିଲାମ ସମାରୋହରୁ ଏକ ପୁରୁଣା ଫଟୋ ସେୟାର୍ କରିବାବେଳେ ପ୍ରୀତି ଜିଣ୍ଟା ଏହି କାରଣ ବିଷୟରେ କହିଛନ୍ତି । ସେ ଲେଖିଛନ୍ତି, 'ଚଳିତ ଆଇପିଏଲ ନିଲାମରେ ଯୋଗ ଦେଇ ପାରିବି ନାହିଁ । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ମୁଁ ନିଜର ଛୋଟ ପିଲାକୁ ଛାଡି ଭାରତ ଆସି ପାରିବି ନାହିଁ। ଗତ କିଛି ଦିନ ତଳେ ମୁଁ ଏବଂ ଆମ ଦଳ ସହିତ ନିଲାମ ଏବଂ କ୍ରିକେଟକୁ ନେଇ ଆଲୋଚନାରେ ବ୍ୟସ୍ତ ଥିଲି। ମୁଁ ନିଜର ପ୍ରଶଂସକଙ୍କୁ ପଚାରିବାକୁ ଚାହୁଁଛି, କଣ ସେମାନଙ୍କ ପାଖରେ ଦଳ ପାଇଁ କିଛି ପ୍ରସ୍ତାବ ରହିଛି ।'