ମୁମ୍ବାଇ: କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଏବଂ ହିଂସା ଉପରେ ଚୁଲବୁଲି ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବର୍ତ୍ତମାନ ସେ ଏକ ଟ୍ବିଟକୁ ନେଇ ଚର୍ଚ୍ଚାରେ । ସେ ନିଜ ଟ୍ବିଟରେ ନିକଟରେ ଅନନ୍ତନାଗ ହୋଇଥିବା ସରପଞ୍ଚଙ୍କ ନିର୍ମମ ହତ୍ୟା ଉପରେ ଦୁଃଖ ପ୍ରକାଶ କରିଛନ୍ତି ।
ଅନନ୍ତନାଗରେ ସରପଞ୍ଚଙ୍କୁ ହତ୍ୟା: ଦୁଃଖ ପ୍ରକାଶ କଲେ ପ୍ରୀତି - ଅନନ୍ତନାଗ ହୋଇଥିବା ସରପଞ୍ଚଙ୍କ ନିର୍ମମ ହତ୍ୟା ନ୍ୟୁଜ
ଭାଇରାଲ ହେଲା ପ୍ରୀତି ଜିଣ୍ଟାଙ୍କ ନୂଆ ଟ୍ବିଟ । ଏଥର ସେ ସରପଞ୍ଚଙ୍କ ହତ୍ୟା ଉପରେ ଶୋକ ପ୍ରକାଶ କରିଛନ୍ତି ।
![ଅନନ୍ତନାଗରେ ସରପଞ୍ଚଙ୍କୁ ହତ୍ୟା: ଦୁଃଖ ପ୍ରକାଶ କଲେ ପ୍ରୀତି ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରୀତି ଜିଣ୍ଟା](https://etvbharatimages.akamaized.net/etvbharat/prod-images/768-512-7570339-528-7570339-1591865599743.jpg)
ସେ ଟ୍ବିଟ କରିଛନ୍ତି ଲେଖିଛନ୍ତି, ‘ସରପଞ୍ଚଙ୍କ ହତ୍ୟାରେ ମୁଁ ଦୁଃଖି ଏବଂ ଚିନ୍ତିତ । ଏହି ଦୁଃଖଦ ମୂହୁର୍ତ୍ତରେ ତାଙ୍କ ପରିବାର ସହ ମୋର ସମ୍ବେଦନ ଅଛି । ମୁଁ ଆଶା କରୁଛି ତାଙ୍କ ପରିବାରକୁ ନ୍ୟାୟ ମିଳିବ ଏବଂ ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନିଆଯିବ ।’
ପ୍ରୀତିଙ୍କ ପୂର୍ବରୁ କଙ୍ଗନା ରଣାୱତ ଏହି ଘଟଣା ଉପରେ ଏକ ସାକ୍ଷାତକାରରେ ବଲିଉଡ ସେଲିବ୍ରିଟିଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ ବଲିଉଡର ଲୋକେ ହାତରେ ମହମବତୀ ଧରି କାର୍ଡ ନେଇ ରାସ୍ତାକୁ ବାହାରନ୍ତି । ହେଲେ ତାଙ୍କ ଏଜେଣ୍ଡା ଜିହାଦୀ ହୋଇଥାଏ । ବାସ୍ତବରେ ଯଦି କୌଣସି ଏଜେଣ୍ଡା ନଥାଏ ତେବେ ସେମାନେ କାହାରିକୁ ସାହାଯ୍ୟ କରିବାକୁ ସାମ୍ନାକୁ ଆସନ୍ତି ନାହିଁ । ଏହାସହ ସେ ଦୋ।ଷୀଙ୍କୁ ଦଣ୍ଡ ଦେବାକୁ ସରକାରଙ୍କୁ ଅପିଲ ମଧ୍ୟ କରିଥିଲେ ।