ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନ ଓ ପ୍ରୀତି ଜିଣ୍ଟାଙ୍କ ଅଭିନୀତ ଫିଲ୍ମ ‘ମିଶନ କଶ୍ମୀର’ ରିଲିଜକୁ ରବିବାର 19 ବର୍ଷ ପୂରଣ ହୋଇଛି । ଦୀପାବଳି ଅବସରରେ ପ୍ରୀତି ଡବଲ ସେଲିବ୍ରେଶନ କରିଥିଲେ । ସେ ସୋସିଆଲ ମିଡିଆରେ ନିଜ ଫିଲ୍ମର ‘ବୁମରୋ ବୁମରୋ’ ଗୀତ ସେୟାର କରି 19 ବର୍ଷ ପୂରଣ ଅବସରରେ ସେଲିବ୍ରେଟ କରିଛନ୍ତି ।
‘ଭୀର-ଜାରା’ ଅଭିନେତ୍ରୀ ପ୍ରୀତି ନିଜ ଟ୍ବିଟରରେ ଗୀତର ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମିଶନ କଶ୍ମୀର କେବଳ ଫିଲ୍ମ ନଥିଲା, ତାଙ୍କ ପାଇଁ ଶାନଦାର ଅନୁଭୂତି ମଧ୍ୟ ଥିଲା । ଧନ୍ୟବାଦ ବିଧୁ ବିନୋଦ ଚୋପ୍ରା ତୁମେ ମତେ ଏହି ଫିଲ୍ମରେ ସାମିଲ କରାଇବା ସହ ଅନେକ ଅନୁଭୂତି ଦେଇଥିଲ । ବୁମରୋ ସବୁବେଳେ ମୋ ପାଇଁ ସ୍ପେଶାଲ ।’