ଓଡିଶା

odisha

ETV Bharat / sitara

ଚେକଅପ୍ ପାଇଁ କ୍ଲିନିକରେ ପହଞ୍ଚଲେ ବେବୋ, ଭିଡିଓ ଭାଇରାଲ - ଚେକଅପ୍ ପାଇଁ କ୍ଲିନିକରେ ପହଞ୍ଚଲେ ବେବୋ, ଭିଡିଓ ଭାଇରାଲ

ବଲିଉଡ ଅଭିନେତ୍ରୀ କରୀନା କପୁର ଦ୍ବିତୀୟ ଥର ପାଇଁ ମା' ହେବାକୁ ଯାଉଛନ୍ତି । ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି । ସୋମବାର ମୁମ୍ବାଇର ଏକ କ୍ଲିନିକ ବାହାରେ କରୀନାଙ୍କୁ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

pregnant-kareena-kapoor-heads-for-routine-check-up-snapped-at-clinic-video-viral
ଚେକଅପ୍ ପାଇଁ କ୍ଲିନିକରେ ପହଞ୍ଚଲେ ବେବୋ, ଭିଡିଓ ଭାଇରାଲ

By

Published : Feb 9, 2021, 6:05 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କରୀନା କପୁର ଦ୍ବିତୀୟ ଥର ପାଇଁ ମା' ହେବାକୁ ଯାଉଛନ୍ତି । ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି । ଯାହାକୁ ନେଇ ଆଜିକାଲି ସେ ତାଙ୍କ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେଉଛନ୍ତି ।

ସୋମବାର ମୁମ୍ବାଇର ଏକ କ୍ଲିନିକ ବାହାରେ କରୀନାଙ୍କୁ ଦେଖିବାକୁ ମିଳିଥିଲା ।

ଚେକଅପ୍ ପାଇଁ କ୍ଲିନିକରେ ପହଞ୍ଚଲେ ବେବୋ, ଭିଡିଓ ଭାଇରାଲ

ବାସ୍ତବରେ କରୀନା ତାଙ୍କ ରୁଟିନ୍ ଚେକଅପ୍ କରିବା ପାଇଁ କ୍ଲିନିକରେ ପହଞ୍ଚିଥିଲେ । କରୀନାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ, କରୀନା ବାନ୍ଦ୍ରାରୁ ଏକ କାରରେ ବସି କ୍ଲିନିକ ଯାଉଥିବାର ଦେଖିବାକୁ ମିଳିଛି। ତା’ପରେ ସେ କ୍ଲିନିକ ବାରରେ କାରରୁ ଓହ୍ଲାଇଥିବାର ନଜର ଆସିଛନ୍ତି । ଏହି ସମୟରେ କରୀନା କଳା ପ୍ୟାଣ୍ଟ ଏବଂ ଧଳା ଟପ୍ ସହିତ ସେ ସବୁଜ ରଙ୍ଗର ମାସ୍କ ପିନ୍ଧିଥିଲେ।

ପ୍ରକାଶ ଥାଉ ଯେ, କରୀନା ଏବଂ ସୈଫ ଦମ୍ପତିଙ୍କ ଏକ ଚାରି ବର୍ଷର ପୁଅ ମଧ୍ୟ ଅଛି ।

ଆଗାମୀ ସମୟରେ, କରୀନା ଆମୀର ଖାନଙ୍କ ସହ ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା'ରେ ନଜର ଆସିବେ ।

ABOUT THE AUTHOR

...view details