ଓଡିଶା

odisha

ETV Bharat / sitara

ନୂଆ ଅତିଥି ପାଇଁ ମା'ଦୁର୍ଗାଙ୍କୁ ଆଶୀର୍ବାଦ ମାଗିଲେ ଅମୃତା - ଭାଇରାଲ ହେଲା ଅମୃତା ରାଓଙ୍କ ନୂଆ ଭିଡିଓ

ନିଜ ଭିଡିଓ ସେୟାର କରି ମାତା ଦୁର୍ଗାଙ୍କୁ ସବୁ ମା'ଙ୍କ ପାଇଁ ଆଶୀର୍ବାଦ ମାଗିଛନ୍ତି ଅମୃତା । ଆଉ କିଛି ଦିନ ପରେ ତାଙ୍କ ଘରକୁ ଆସିବେ କୁନି ଅତିଥି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମୃତା ରାଓ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମୃତା ରାଓ

By

Published : Oct 23, 2020, 8:39 PM IST

ମୁମ୍ବାଇ: ଅଭିନେତ୍ରୀ ଅମୃତା ରାଓ କିଛି ଦିନରୁ ନିଜ ଗର୍ଭବତୀ କଥାକୁ ନେଇ ଚର୍ଚ୍ଚାରେ । ବର୍ତ୍ତମାନ ଅନେକ ସେଲିବ୍ରିଟି ବାପା-ମା' ହେବାକୁ ଯାଉଛନ୍ତି । ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ଏହି ଖୁସି ଖବର ଅମୃତା ରାଓ ଲକଡାଉନ ସମୟରେ ଲୁଚାଇ ରଖିଥିଲେ । ହେଲେ ଏବେ ସେ ଫ୍ୟାନ୍ସଙ୍କୁ ଗର୍ଭବତୀ ସୂଚନା ଦେଇ ସରପ୍ରାଇଜ କରିଦେଇଛନ୍ତି । ଆଜି ଦୁର୍ଗା ମା'ଙ୍କ ଅଷ୍ଟମୀ ପୂଜା କରାଯାଉଛି । ଏହି ଅବସରରେ ନିଜ କୁନି ଅତିଥିଙ୍କ ପାଇଁ ଆଶୀର୍ବାଦ ମାଗିଛନ୍ତି ଅମୃତା ।

ନିଜର ନୂଆ ଭିଡିଓ ସେୟାର କରି ସେ ଲେଖିଛନ୍ତି, ‘ମୁଁ ନିଜକୁ ଅତ୍ୟଧିକ ଭାଗ୍ୟବାନ ମନେ କରୁଛି ଯେ ଏହି ପବିତ୍ର ନବରାତ୍ରୀ ମାସରେ ମୋ ଗର୍ଭଧାରଣକୁ ନଅ ମାସ ପୂରଣ ହୋଇଛି। ଏହି ନଅ ଦିନ ମାତା ଦୁର୍ଗାଙ୍କ ନଅ ଅବତାର ପାଇଁ ଉତ୍ସର୍ଗୀକୃତ । ମୁଁ ମଧ୍ୟ ଶୀଘ୍ର ଏକ ମାତାର ନୂତନ ଅବତାରରେ ପ୍ରବେଶ କରିବି । ବର୍ତ୍ତମାନ ମୁଁ ଅନୁଭବ କରୁଛି ଯେ ବ୍ରହ୍ମାଣ୍ଡର ସବୁଠାରୁ ଶକ୍ତିଶାଳୀ ମହିଳା । ମାତା ଦୁର୍ଗା ସମସ୍ତ ମାତାଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସେମାନଙ୍କୁ ସେମାନଙ୍କର ମାତୃତ୍ବକୁ ଆଗକୁ ବଢାଇବାକୁ ଶକ୍ତି ଦିଅନ୍ତୁ।’

ABOUT THE AUTHOR

...view details