ଓଡିଶା

odisha

By

Published : Jul 30, 2019, 12:30 PM IST

Updated : Jul 30, 2019, 12:54 PM IST

ETV Bharat / sitara

ଆସିଲା ‘ପ୍ରସ୍ଥାନମ’ ଟିଜର, ପୁରୁଣା ଅବତାରରେ ମୁନ୍ନାଭାଇ

ସେପ୍ଟେମ୍ବର 20ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଥିବା ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ 'ପ୍ରସ୍ଥାନମ' ର ଟିଜର ରିଲିଜ ହୋଇସାରିଛି । ଦମଦାର ଲୁକରେ ନଜର ଆସିଲେ ସଞ୍ଜୁ ବାବା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଜୟ ଦତ୍ତ

ମୁମ୍ବାଇ: ବି-ଟାଉନର ମୁନ୍ନାଭାଇ ସଞ୍ଜୟ ଦତ୍ତ ଗତ କାଲି ନିଜ 60ତମ ଜନ୍ମଦିନ ପାଳନ କରିଥିଲେ । ଆଉ ଏହି ଅବସରରେ ସେ ଫ୍ୟାନ୍ସଙ୍କୁ ଏକ ଶାନଦାର ଉପହାର ଦେଇଛନ୍ତି । ଆଜ୍ଞା ହଁ, ତାଙ୍କ ପ୍ରଡକ୍ସନ ହାଉସ ଦ୍ବାରା ତିଆରି ହୋଇଥିବା ଫିଲ୍ମ 'ପ୍ରସ୍ଥାନମ'ର ଜବରଦସ୍ତ ଟିଜର ରିଲିଜ କରିଦେଇଛନ୍ତି । ସେ ଟ୍ବିଟର ହ୍ୟାଣ୍ଡଲରେ ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇ ଟିଜରର ଭିଡିଓ ସେୟାର କରିଛନ୍ତି ।

ସଞ୍ଜୟ ଦ୍ବିତୀୟଥର ପ୍ରଯୋଜନା କ୍ଷେତ୍ରରେ ଭାଗ୍ୟ ପରୀକ୍ଷା କରିବା ପଛରେ ତାଙ୍କ ପତ୍ନୀ ମାନ୍ୟତା ଦତ୍ତଙ୍କ ହାତ ଅଛି ବୋଲି ଶୁଣିବାକୁ ମିଳୁଛି । 'ପ୍ରସ୍ଥାନମ'ର ଟିଜରରେ ସଞ୍ଜୟଙ୍କ ପୁରୁଣା ଅବତାର ଦେଖିବାକୁ ମିଳୁଛି । ଟିଜର ଦେଖି ଜଣାପଡୁଛି ଯେ ଫିଲ୍ମର କାହାଣୀ ଆକ୍ସନଭରା ।

'ପ୍ରସ୍ଥାନମ' ଏକ ରାଜନୀତିକ, ଫ୍ୟାମିଲି ଡ୍ରାମା ଫିଲ୍ମ । ଫିଲ୍ମରେ ସଞ୍ଜୟ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ । 'ସଞ୍ଜୁ' ଫିଲ୍ମରେ ତାଙ୍କ ମା' ଭୂମିକାରେ ଅଭିନୟ କରିସାରିଥିବା ଅଭିନେତ୍ରୀ ମନୀଷା କୋଇରାଲା ଏଥର ପୁଣି ତାଙ୍କ ମା' ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ଫିଲ୍ମରେ ଅଭିନେତା ଜ୍ୟାକି ଶ୍ରଫ, ଅମାୟରା ଦସ୍ତୁର, ଚଙ୍କି ପାଣ୍ଡେ, ଅଲ୍ଲୀ ଫଜଲ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ନିର୍ଦ୍ଦେଶକ ଦେବା କଟ୍ଟା ।

ପ୍ରକାଶ ଥାଉକି ଦେବା ଏହାର ତେଲୁଗୁ ଫିଲ୍ମ 'ପ୍ରସ୍ଥାନମ'ର ମଧ୍ୟ ନିର୍ଦ୍ଦେଶନା କରିଥିଲେ । ଫିଲ୍ମର ଅଧିକାଂଶ ସୁଟିଂ ଲକ୍ଷ୍ନୌରେ କରାଯାଇଛି । ଫିଲ୍ମଟି ଆସନ୍ତା ସେପ୍ଟେମ୍ବର 20ରେ ରିଲିଜ ହେବ। ଟିଜର ପୂର୍ବରୁ ସଞ୍ଜୁ ବାବା ଫ୍ୟାନ୍ସଙ୍କ ପାଇଁ ଆଗାମୀ ଫିଲ୍ମ 'କେଜିଏଫ 2'ର ଫାଷ୍ଟ ଲୁକ ପୋଷ୍ଟର ଜାରି କରିଥିଲେ । 'କେଜିଏଫ ଚାପ୍ଟର 2'ରେ ସଞ୍ଜୟ ଖଳନାୟକ ଅଧିରା ଭୂମିକାରେ ନଜର ଆସିବେ ।

Last Updated : Jul 30, 2019, 12:54 PM IST

ABOUT THE AUTHOR

...view details