ଓଡିଶା

odisha

ETV Bharat / sitara

'ଦରବାର'ର ଭିଲେନ ବବ୍ବର

ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ 'ଦରବାର'ର ନୂଆ ପୋଷ୍ଟର ରିଲିଜ ହୋଇଯାଇଛି । ଲାୟକା ପ୍ରଡକ୍ସନ ବ୍ୟାନରେ ତିଆରି ହୋଇଥିବା ଏହି ଫିଲ୍ମ ଆସନ୍ତା ବର୍ଷ 2020ରେ ରିଲିଜ ହେବ ।

By

Published : Apr 17, 2019, 8:36 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ ପ୍ରତୀକ ବବ୍ବର

ନୂଆଦିଲ୍ଲୀ: ତେଲୁଗୁ ଇଣ୍ଡଷ୍ଟ୍ରିର ଥଲାଇଭା ରଜନୀକାନ୍ତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ଦରବାର'ର ନୂଆ ପୋଷ୍ଟର ସାମ୍ନାକୁ ଆସିଯାଇଛି । ଏହି ଫିଲ୍ମରେ ବି-ଟାଉନର ହ୍ୟାଣ୍ଡସମ ଅଭିନେତା ପ୍ରତୀକ ବବ୍ବର ଭିଲେନ ଭୂମିକାରେ ନଜର ଆସିବେ । ଫିଲ୍ମଟି ଲାଇକା ପ୍ରଡକ୍ସନରେ ତିଆରି ହେଉଛି ।

ଫିଲ୍ମ ରିଲିଜ ତାରିଖ ଏଯାବତ ଘୋଷଣା କରାଯାଇନାହିଁ । ପ୍ରତୀକ କଂଗ୍ରେସ ନେତା ଅର୍ଥାତ୍ ଅଭିନେତା ରାଜ ବବ୍ବରଙ୍କ ପୁଅ । ସେ ନିକଟରେ ତାପସୀ ପନ୍ନୁ ଓ ଋଷି କପୁରଙ୍କ ସହ 'ମୁଲ୍କ' ଫିଲ୍ମରେ ନଜର ଆସିବେ ।

'ଦରବାର' ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଏଆର ଗୁରଗଦାସ । ଫିଲ୍ମର ମୁଖ୍ୟ ଭୂମିକାରେ ରଜନୀକାନ୍ତ ଓ ଅଭିନେତ୍ରୀ ନୟନତାରା, ନିବେଦା, ରବି କିଶନ ଓ କୁନାଲ ଖେମୁ ନଜର ଆସିବେ । ଫିଲ୍ମରେ ରଜନୀକାନ୍ତ ପାଖାପାଖି 25 ବର୍ଷ ପରେ ପୋଲିସ ଭୂମିକାରେ ନଜର ଆସିବେ । ଏହାସହ ଶୁଣିବାକୁ ମିଳୁଛି ଯେ ଫିଲ୍ମରେ ରଜନୀ ଡବଲ ରୋଲରେ ଅଭିନୟ କରିପାରନ୍ତି ।

ABOUT THE AUTHOR

...view details