ନୂଆଦିଲ୍ଲୀ: ଚଳିତ ଫେବୃଆରୀ 8 ତାରିଖରେ ହେବାକୁ ଯାଉଛି 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ। ଯାହାକୁ ନେଇ ସରଗରମ ହୋଇଉଠିଛି ଜାତୀୟ ରାଜଧାନୀର ରାଜନୈତିକ ମାହୋଲ। ଲୋକଙ୍କ ସମର୍ଥନ ହାତେଇବା ଲାଗି ଲାଗିଛନ୍ତି ବିଭିନ୍ନ ଦଳ । ଅନ୍ୟପଟେ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସିକୁ ନେଇ ଶାହୀନ୍ବାଗରେ ଦୀର୍ଘ ସମୟ ଧରି ବିରୋଧ ପ୍ରଦର୍ଶନ ଚାଲିଆସୁଛି । ଏବେ ଏହି ମାମଲା ଉପରେ ଫେମସ ଆକ୍ଟର ପ୍ରକାଶ ରାଜଙ୍କ ଗୋଟିଏ ଟ୍ବିଟ ସାମ୍ନାକୁ ଆସିଛି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜେପିକୁ ପ୍ରକାଶ ରାଜଙ୍କ ଟାର୍ଗେଟ - ଫେମସ ଆକ୍ଟର ପ୍ରକାଶ ରାଜଙ୍କ ନୂଆ ଟ୍ବିଟ ଭାଇରାଲ
ସବୁବେଳେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ପ୍ରକାଶ ରାଜ ଏବେ ଏକ ଟ୍ବିଟକୁ ନେଇ ଚର୍ଚ୍ଚାରେ । ସେ ପୁଣିଥରେ ବିଜେପିକୁ କଡା ସମାଲୋଚନା କରି କହିଛନ୍ତି ଦଳକୁ ଲଜ୍ୟା ଲାଗିବା କଥା ।
ଟ୍ବିଟ ଜରିଆରେ ପ୍ରକାଶ ଦିଲ୍ଲୀର ପରିସ୍ଥିତକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ଏନେଇ ସେ ଲେଖିଛନ୍ତି, ‘ଦିଲ୍ଲୀ ନିର୍ବାଚନ ଗୁଳି, ବିରିୟାନୀ, ଆତଙ୍କବାଦୀ ଓ ଘୃଣାଭରା ଭାଷଣ ଉପରେ ନିର୍ଭର । କ’ଣ ବିଜେପି ପାଖରେ ଆଉ କିଛି କଥା ହେବାକୁ ନାହିଁ । ଲଜ୍ୟା ଲାଗିବା କଥା ଆପଣଙ୍କୁ ।’ ବର୍ତ୍ତମାନ ତାଙ୍କ ଏହି ଟ୍ବିଟ ଉପରେ ୟୁଜର୍ସଙ୍କ କମେଣ୍ଟ ଦେଖିବାକୁ ମିଳୁଛି ।
ପ୍ରକାଶ ଥାଉକି ପ୍ରକାଶ ସବୁବେଳେ ନିଜ ଟ୍ବିଟ ଏବଂ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି ସେ । ସମାଜିକ ପ୍ରସଙ୍କ ଉପରେ ସେ କେବେ ମଧ୍ୟ ନିଜ ପ୍ରତିକ୍ରିୟା ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ସେ 2019 ଲୋକସଭା ନିର୍ବାଚନରେ ସ୍ବାଧିନ ପ୍ରାର୍ଥୀ ରୂପେ ନିର୍ବାଚନ ଲଢିଥିଲେ ।