ଓଡିଶା

odisha

ETV Bharat / sitara

ପ୍ରକାଶ@55, ନିଜଠୁ 12 ବର୍ଷ ସାନ ମହିଳାଙ୍କୁ ବିବାହ କରି ଆସିଥିଲେ ଚର୍ଚ୍ଚାରେ - ଅଭିନେତା ପ୍ରକାଶ ରାଜଙ୍କ ବର୍ଥଡେ ସ୍ପେଶାଲ

55 ବର୍ଷରେ ପଦାର୍ପଣ କଲେ ବଲିଉଡର ଫେମସ ଖଳନାୟକ ପ୍ରକାଶ ରାଜ। ସଲମାନ ଖାନଙ୍କ ୱାଣ୍ଟେଡ ଜରିଆରେ ବଲିଉର ସାଜିଥିଲେ ଟପ ଭିଲେନ।

prakash raj birthday special
ଡିଜାଇନ ଫଟୋ

By

Published : Mar 26, 2020, 11:54 AM IST

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ନିଜ ନାମ ଦ୍ବାରା ଜଣାଯାଇଥିବା ବେଳେ ଆଉ କିଛି ନିଜ ଅଭିନୟ ଦ୍ବାରା ଜଣାଯାଇଥାଆନ୍ତି। କିଛି କଳାକାରଙ୍କୁ ତାଙ୍କ ଭୂମିକା ସବୁବେଳେ ପାଇଁ ଅମର କରିଦେଇଥାଏ। ସାଉଥ, କନ୍ନଡ, ମଲୟାଲମ ଓ ହିନ୍ଦୀ ଫିଲ୍ମରେ ଶାନଦାର ଅଭିନୟ କରିସାରିଥିବା ପ୍ରକାଶ ରାଜ ଏହି କଳାକାରଙ୍କ ମଧ୍ୟରୁ ଅନ୍ୟତମ। ସେ ନିଜ କ୍ୟାରିୟରରେ ଅନେକ ଭୂମିକାରେ ଅଭିନୟ କରିସାରିଛନ୍ତି। ତାଙ୍କର ସବୁ ଭୂମିକାକୁ ଖୁବ୍ ପସନ୍ଦ କରନ୍ତି ତାହା ଦର୍ଶକଙ୍କ ।

ଆଜି ଏହି ମହାନ ଅଭିନେତାଙ୍କ 55ତମ ଜନ୍ମଦିନ। ଏହି ଖାସ୍ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ଅକୁହା କଥା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ପ୍ରକାଶ ଫିଲ୍ମ ପାଇଁ ଯେତିକି ତାହାଠୁ ଅଧିକ ସେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରୁହନ୍ତି। ଆଉ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଥିଲା ନିଜଠୁ 12 ବର୍ଷ ସାନ ଝିଅକୁ ବିବାହ କରିବା। ସେ କୋରିଓଗ୍ରାଫର ପୋନୀ ବର୍ମାଙ୍କୁ ବିବାହ କରିଛନ୍ତି। ଏହା ତାଙ୍କର ଦ୍ବିତୀୟ ବିବାହ। ପୋନୀଙ୍କ ପୂର୍ବରୁ ସେ 1994ରେ ଲଳିତା କୁମାରୀଙ୍କୁ ବିବାହ କରିଥିଲେ। ଛାଡପତ୍ର ପରେ ସେ ପୋନୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ବିବାହ ପାଇଁ ସେ ନିଜ ଝିଅମାନଙ୍କଠୁ ଅନୁମତି ମଧ୍ୟ ନେଇଥିଲେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

2010ରେ ସେ ଦୀର୍ଘସମୟରୁ ଡେଟ କରିଆସୁଥିବା ପୋନୀଙ୍କୁ ପରିଶେଷରେ ବିବାହ କରିଥିଲେ । ଆଜି ପ୍ରକାଶଙ୍କୁ କୌଣସି ପରିଚୟର ଆବଶ୍ୟର ନାହିଁ। ହେଲେ ଏହି ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତାଙ୍କୁ କରିବାକୁ ପଡିଥିଲା ଅନେକ ସଂଘର୍ଷ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ତାଙ୍କ ପିତା ସବୁବେଳେ ମଦ ପିଉଥିଲେ, ଯାହାଦ୍ବାରା ସେ ପ୍ରାୟତଃ ଅସୁସ୍ଥ ରହୁଥିଲେ। ହେଲେ ତାଙ୍କ ମା' ଜଣେ ନର୍ସ ଥିଲେ । ଯିଏ ପୁରା ପରିବାରର ପେଟ ପୋଷିଥିଲେ। ପରିବାରରେ ଆର୍ଥିକ ସମସ୍ୟା ସବୁବେଳେ ଲାଗି ରହୁଥିଲା।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଗରିବା ପରିବାରରୁ ଆସିଥିବା ପ୍ରକାଶ ନିଜ କ୍ୟାରିୟରରେ 2000ରୁ ଅଧିକ ପ୍ଲେ କରିସାରିଛନ୍ତି। 1998ରେ ଫିଲ୍ମ ‘ହିଟଲର’ରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ । ହେଲେ ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ହୋଇଯାଇଥିଲା । ସୁପରଷ୍ଟାର ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ୱାଣ୍ଟେଡ’ ତାଙ୍କୁ ଯୋଗାଇଥିଲା ପରିଚୟ । ସେ ଅନେକ ହିନ୍ଦୀ ଫିଲ୍ମରେ ନେଗେଟିଭ ରୋଲ କରି ଦର୍ଶକଙ୍କ ମନ କିଣିଛନ୍ତି।

ABOUT THE AUTHOR

...view details