ଓଡିଶା

odisha

By

Published : Oct 23, 2020, 5:42 PM IST

ETV Bharat / sitara

ଶୁକ୍ରବାର ବୁସନ୍ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ 'ମଟୋ କି ସାଇକିଲ'

ଚଳଚ୍ଚିତ୍ର ନିର୍ମାତା ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ତଥା ଏମ ଗାନିଙ୍କ ନିର୍ଦ୍ଦେଶିତ ଫିଲ୍ମ 'ମଟୋ କି ସାଇକିଲ' ଶୁକ୍ରବାର ଦକ୍ଷିଣ କୋରିଆରେ ଆୟୋଜିତ ବୁସନଫିଲ୍ମ ଫେଷ୍ଟିଭାଲର 25ତମ ସଂସ୍କରଣରେ ପ୍ରଦର୍ଶିତ ହେବାକୁ ଯାଉଛି । ଅଧିକ ପଢନ୍ତୁ...

prakash jha starrer matto ki saikil to premiere at busan film festival
ଶୁକ୍ରବାର ବୁସନ୍ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ 'ମଟୋ କି ସାଇକିଲ'

ମୁମ୍ବାଇ: ଶୁକ୍ରବାର ଦକ୍ଷିଣ କୋରିଆରେ ଆୟୋଜିତ ବୁସନ ଫିଲ୍ମ ଫେଷ୍ଟିଭାଲର 25ତମ ସଂସ୍କରଣରେ ଚଳଚ୍ଚିତ୍ର ନିର୍ମାତା ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ତଥା ଏମ ଗାନିଙ୍କ ନିର୍ଦ୍ଦେଶିତ ଫିଲ୍ମ 'ମଟୋ କି ସାଇକିଲ' ପ୍ରଦର୍ଶିତ ହେବାକୁ ଯାଉଛି ।

ଏହି ଚଳଚ୍ଚିତ୍ର ନିର୍ମାତା ଏମ ଗାନିଙ୍କ ଦ୍ବାରା ନିର୍ମିତ । ଏହି ଚଳଚ୍ଚିତ୍ରଟି ଏ ୱିଣ୍ଡୋରେ ଏସିଆନ ସିନେମା ବିଭାଗରେ ପ୍ରଦର୍ଶିତ ହେବ।

ମଟୋ କି ସାଇକାଲ ଏକ ନୂତନ ସାଇକେଲ କିଣିବା ପାଇଁ ଏକ ପରିବାରର ସଂଘର୍ଷର କାହାଣୀ ଏବଂ ସେମାନଙ୍କ ଜୀବନ ଏହା ଉପରେ କିପରି ନିର୍ଭର କରେ ସେ ବିଷୟରେ କୁହାଯାଇଛି ।

ଏହି ଚଳଚ୍ଚିତ୍ରରେ ପ୍ରକାଶ, ଅନୀତା ଚୌଧୁରୀ ଏବଂ ଆରୋହି ଶର୍ମା ଅଭିନୟ କରିଛନ୍ତି ।

ବୁସନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ 21 ରୁ 30 ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏବଂ ସେଠାରେ 'ମଟୋ କି ସାଇକିଲ' ସମେତ ଅନେକ ଚଳଚ୍ଚିତ୍ରର ସ୍କ୍ରିନିଂ ହେବ ।

ଚଳଚ୍ଚିତ୍ର ସମାଲୋଚକ ତରନ ଆଦର୍ଶ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ଏହି ସୂଚନା ସେୟାର କରି ଲେଖିଛନ୍ତି ଯେ, ଆଜି ବୁସନ ଫେଷ୍ଟିଭାଲରେ ପ୍ରିମିୟର୍... 'ମଟୋ କି ସାଇକିଲ' ।

ପ୍ରକାଶ ଥାଉ ଯେ, ଚଳିତ ବର୍ଷ ଆୟୋଜିତ ହେଉଥିବା ବୁସନ୍ ଏବଂ ଭେନିସ୍ ହେଉଛି ଦୁଇଟି ପ୍ରମୁଖ ମହୋତ୍ସବ । ଏହି ଫେଷ୍ଟିଭାଲ ଅକ୍ଟୋବର 21 ରୁ 30 ପର୍ଯ୍ୟନ୍ତ ଚାଲିବ ଏବଂ 194 ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details