ଓଡିଶା

odisha

By

Published : Jul 7, 2020, 8:00 PM IST

ETV Bharat / sitara

ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରି ପାଇଁ ସରକାରଙ୍କ ବଡ ଘୋଷଣା

ସରକାର ଟିଭି ସିରିୟଲ, ଫିଲ୍ମ ମେକିଂ, କୋ-ପ୍ରଡକ୍ସନ, ଆନିମେଶନ ଗେମିଂ ସହ ସବୁ ପ୍ରଡକ୍ସନରେ ଇନ୍ସେଟିଭ ଆଣିବେ ।

ଫଟୋ ସୌଜନ୍ୟ: ଟ୍ବିଟର@ପ୍ରକାଶ ଜାଭେଦକର
ଫଟୋ ସୌଜନ୍ୟ: ଟ୍ବିଟର@ପ୍ରକାଶ ଜାଭେଦକର

ମୁମ୍ବାଇ: ସାରା ଦେଶରେ ବ୍ୟାପିଥିବା କୋରୋନା ମହାମାରୀର ପ୍ରଭାବ ଅନେକ ବ୍ୟବସାୟୀରେ ଦେଖିବାକୁ ମିଳୁଛି । ଏଥିରୁ ବାଦ ପଡିନାହିଁ ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ । ହେଲେ ଇତିମଧ୍ୟରେ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଖୁସି ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ, ଏଭଳି ପରିସ୍ଥିତିରେ ସରକାର ଦୀର୍ଘ ଦିନ ଧରି ଅସୁବିଧାର ସମ୍ମୁୀନ ହେଉଥିବା ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରି ପାଇଁ ଏକ ନୂଆ ପଦକ୍ଷେପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସରକାର ଟିଭି ସିରିୟଲ, ଫିଲ୍ମ ମେକିଂ, କୋ-ପ୍ରଡକ୍ସନ, ଆନିମେଶନ ଗେମିଂ ସହ ସବୁ ପ୍ରଡକ୍ସନରେ ଇନ୍ସେଟିଭ ଆଣିବେ । ଯାହାକୁ ନେଇ ଖୁବଶୀଘ୍ର ଘୋଷଣା କରାଯିବ । ଏହି କଥାର ସୂଚନା କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଫିକ୍କି ଫ୍ରେମ 2020ର ଉଦଘାଟନରେ କହିଥିଲେ ।

ସେହିପରି ସେ ଭାଷଣରେ କହିଥିଲେ ଯେ ମହାମାରୀକୁ ଦୃଷ୍ଟିରେ ରଖି ସରକାର ଭାରତରେ ଫିଲ୍ମ ସୁଟିଂରେ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା(ଏସଓପି) ଜାରି କରିବେ । ଯାହାଦ୍ବାରା ଫିଲ୍ମର ନିର୍ମାଣ ଦ୍ରୁତଗତିରେ ପୁନଃ ହୋଇପାରିବ । କୋଭିଡ-19 ପାଇଁ ଯାହା ସ୍ଥିଗତ ରହିଛି । ଏହାସହ ଟିଭି ସିରିୟଲ, କୋ-ପ୍ରଡକ୍ସନ, ଆନିମେଶନ ଗେମିଂରେ ଇନ୍ସେଟିଭର ଘୋଷଣା ସରକାର କରିବେ ।

ABOUT THE AUTHOR

...view details