ଓଡିଶା

odisha

ETV Bharat / sitara

ହସ୍ପିଟାଲରେ ସାଉଥ୍‌ ସୁପରଷ୍ଚାର ପ୍ରଭାସ

ଅଭିନେତା ପ୍ରଭାସଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଅଛି, ଯାହାର ଚିକିତ୍ସା ସ୍ପେନ୍‌ରେ ଚାଲିଛି। ବାର୍ସିଲୋନାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା ଜଣାପଡିଛି। ଅପରେସନ୍ ହେବା ପରେ ପ୍ରଭାସଙ୍କୁ ପରବର୍ତ୍ତୀ ଯାଞ୍ଚ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ଡାକ୍ତର କହିଛନ୍ତି । ଅଧିକ ପଢନ୍ତୁ

By

Published : Mar 18, 2022, 5:28 PM IST

ହସ୍ପିଟାଲରେ ସାଉଥ ସୁପରଷ୍ଚାର ପ୍ରଭାସ, ହେଲା ସର୍ଜରୀ
ହସ୍ପିଟାଲରେ ସାଉଥ ସୁପରଷ୍ଚାର ପ୍ରଭାସ, ହେଲା ସର୍ଜରୀ

ହାଇଦ୍ରାବାଦ:ସାଉଥ ସୁପର ଷ୍ଟାର ତଥା ଚର୍ଚ୍ଚିତ ଫିଲ୍ମ 'ବାହୁବଲୀ' ଅଭିନେତା ପ୍ରଭାସଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଅଛି । ପ୍ରଭାସ ବର୍ତ୍ତମାନ ସ୍ପେନରେ ଅଛନ୍ତି ଓ ତାଙ୍କର ଚିକିତ୍ସା ଚାଲିଛି ବୋଲି ଜଣାପଡିଛି । ବାର୍ସିଲୋନାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା ଜଣାପଡିଛି । ଅପରେସନ୍ ହେବା ପରେ ପ୍ରଭାସଙ୍କୁ ପରବର୍ତ୍ତୀ ଯାଞ୍ଚ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ଡାକ୍ତର କହିଛନ୍ତି ।

ନିକଟରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ରାଧେ ଶ୍ୟାମ' ରିଲିଜ ହୋଇସାରିଛି। ତେବେ ଫିଲ୍ମ ଦର୍ଶକଙ୍କୁ ସେତେଟା ପସନ୍ଦ ଆସୁନଥିବା ଦେଖାଯାଇଛି । ପ୍ରଥମ ଦିନର ଆୟକୁ ଦେଖି ଫିଲ୍ମ ‘ରାଧେ ଶ୍ୟାମ’ ବକ୍ସ ଅଫିସରେ ଫେଲ୍ ମାରିଥିବା କୁହାଯାଉଛି । ୩୫୦ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ଫେଲ୍ ମାରିବ ବୋଲି କେହି କଳ୍ପନା କରି ନଥିବେ। କିଛି ମାସ ପୂର୍ବେ ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ସାଲାର ସୁଟିଂ ସମୟରେ ପ୍ରଭାସ ଆହତ ହୋଇଥିଲେ।

'ରାଧେ ଶ୍ୟାମ'କୁ ଦର୍ଶକଙ୍କ ପ୍ରତିକ୍ରିୟା ସ୍ପଷ୍ଟ ହେବା ପରେ ପ୍ରଭାସଙ୍କ ଅଧିକାଂଶ ପ୍ରଶଂସକଙ୍କୁ ଲାଗିଥିଲା କି, ସେ ଦୂରେଇ ରହିବାକୁ ଚାହୁଁଛନ୍ତି। କିନ୍ତୁ, ପ୍ରଭାସଙ୍କ ଅସ୍ତ୍ରୋପଚାର ବିଷୟରେ ଜାଣିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ଏହା ବି ପଢନ୍ତୁ: ଲିକ୍‌ ହେଲା ଫିଲ୍ମ Radhe Shyam ! କୋଟି କୋଟି ଟଙ୍କାର କ୍ଷତି ସହିବେ ନିର୍ମାତା

ସୂଚନା ମୁତାବକ, ୧୯୭୦ର ଉପନ୍ୟାସକୁ ନେଇ ନିର୍ମାଣ ହୋଇଛି ପ୍ରଭାସଙ୍କ ଅଭିନୀତ ବହୁଭାଷୀ ଚଳଚ୍ଚିତ୍ର ‘ରାଧେଶ୍ୟାମ’। ଏଥିରେ ପ୍ରଭାସଙ୍କ ବିପକ୍ଷରେ ଥିଲେ ଅଭିନେତ୍ରୀ ପୂଜା ହେଗ୍‌ଡେ। ୟୁଭି କ୍ରିଏଟିଭ୍ ପ୍ରଡକ୍ସନ୍ ଦ୍ବାରା ନିର୍ମିତ ‘ରାଧେଶ୍ୟାମ’ର ନିର୍ଦ୍ଦେଶନା ଦେଇଛନ୍ତି ରାଧାକ୍ରୀଷ୍ଣ କୁମାର ଏବଂ ସମ୍ପାଦନାରେ ଅଛନ୍ତି କୋଟଗିରି ଭେଙ୍କଟେଶ୍ବର ରାଓ। ଚଳଚ୍ଚିତ୍ରର ପ୍ରଯୋଜକ ରହିଛନ୍ତି ଭୂଷଣ କୁମାର, ଭାଷ୍ମୀ ଓ ପ୍ରମୋଦ। ଏହି ସମୟରେ ପ୍ରଭାସଙ୍କ ଆଗାମୀ ଫିଲ୍ମ 'ଆଦିପୁରୁଷ', 'ସାଲାର', 'ପ୍ରୋଜେକ୍ଟ-କେ', 'ସ୍ପିରିଟ' ଏବଂ ନିର୍ଦ୍ଦେଶକ ମାରୁଥୀଙ୍କ ସହ ଅନ୍ୟ ଏକ ଚଳଚ୍ଚିତ୍ରରେ ନଜର ଆସିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details