ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’ ବିଶ୍ବସ୍ତରରେ ଜବରଦସ୍ତ କଲେକ୍ସନ କରି ନୂଆ ଇତିହାସ ସୃଷ୍ଟି କରିଥିଲା । ଫିଲ୍ମଟି ଦୁଇଟି ଭାଗରେ ନିର୍ମାଣ ହୋଇଥିଲା । ଦ୍ବିତୀୟ ଭାଗଟି ପ୍ରଥମ ଭାଗଠାରୁ ଅଧିକ ବିଜନେସ କରିବାରେ ସଫଳ ହୋଇପାରିଥିଲା । ଏସ.ଏସ ରାଜମୌଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଦ୍ବିତୀୟ ପାର୍ଟ ରିଲିଜ ହେବା ପରେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା ଯେ ଫିଲ୍ମର ତୃତୀୟ ଭାଗ ରିଲିଜ ହେବ କି ନାହିଁ ।
ଫିଲ୍ମର କାହାଣୀ ଏହି ପର୍ଯ୍ୟନ୍ତ ହିଁ ଥିଲା ବୋଲି ଫ୍ୟାନ୍ସଙ୍କୁ କହି ନିରାଶ କରିଥିଲେ ପ୍ରଭାସ । ଏବେ ପ୍ରଭାସ ରଖିଛନ୍ତି ନୂଆ ବୟାନ ‘ବହୁବଳୀ’ପ୍ରେମୀଙ୍କ ମନରେ ପୁଣିଥରେ ଏକ୍ସାଇଟମେଣ୍ଟ ଭରିଦେଇଛନ୍ତି । ସେ ଏକ ସାକ୍ଷାତକାରରେ କହିଥିଲେ କି ଯଦି ରାଜମୌଲୀ ଚାହିଁବେ ତେବେ ଫିଲ୍ମର ତୃତୀୟ ଭାଗ ନିର୍ମାଣ ହେବ ।