ହାଇଦ୍ରାବାଦ: ବାହୁବଲୀ ତାରକା ପ୍ରଭାସ ଏବଂ ପୂଜା ହେଗଡେଙ୍କ ଫିଲ୍ମ 'ରାଧେ ଶ୍ୟାମ' ସିନେମା ହଲରେ ମୁକ୍ତିଲାଭ କରିସାରିଛି। ଚଳଚ୍ଚିତ୍ରଟି ଦର୍ଶକ ଏବଂ ସମାଲୋଚକମାନଙ୍କଠାରୁ ଏକ ମିଶ୍ରିତ ପ୍ରତିକ୍ରିୟା ମିଳୁଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଭାସ ଏବଂ ପୂଜାଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ଭଲ ରୋଜଗାର କରିପାରିବ। ଏହି ସବୁ ମଧ୍ୟରେ ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ନିରାଶାଜନକ ଖବର ଆସୁଛି । 'ରାଧେ ଶ୍ୟାମ' ରିଲିଜ୍ ହେବା ପରେ ପ୍ରଥମ ଦିନରେ ହିଁ ରାଧେ ଶ୍ୟାମ (Radhe Shyam Leaked) ଲିକ୍ ହୋଇଛି। ଏହି କାରଣରୁ, ନିର୍ମାତାମାନଙ୍କୁ ବହୁତ କ୍ଷତି ସହିବାକୁ ପଡିପାରେ ।
ଫିଲ୍ମ ପାଇଁ କ୍ଷତି
'ରାଧେ ଶ୍ୟାମ' ବିଷୟରେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କିଛି ୱେବସାଇଟରେ ରାଧେ ଶ୍ୟାମ ଲିକ୍ ହୋଇଛି। କୁହାଯାଉଛି ଯେ ଫିଲ୍ମଟି HD ରେ ଲିକ୍ ହୋଇଛି । ଏହି କାରଣରୁ, ନିର୍ମାତାଙ୍କୁ କୋଟି କୋଟି କ୍ଷତି ସହିବାକୁ ପଡିପାରେ । ଲିକ୍ ହେତୁ ଫିଲ୍ମର ଅନେକ ଦର୍ଶକ ଆଉ ପ୍ରେକ୍ଷାଳୟକୁ ଯିବେ ନାହିଁ ଏବଂ ଏହା ବକ୍ସ ଅଫିସରେ ଖରାପ ପ୍ରଭାବ ପକାଇବ । କୋରୋନା ମହାମାରୀ ଯୋଗୁଁ ପ୍ରଥମରୁ ହିଁ ଚଳଚ୍ଚିତ୍ରକୁ କ୍ଷତି ସହିବାକୁ ପଡୁଛି ପୁଣି ଏହି ସମୟରେ ଲିକ ହେବା ଖବର ଯୋଗୁଁ ନିର୍ମାତାଙ୍କ ଅକଲ ଗୁଡୁମ ହୋଇଯାଇଛି ।