ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ମହେଶ ବାବୁ, ଏନଟିଆର ଏବଂ ଚିରଞ୍ଜୀବୀଙ୍କ ପରେ ସୁପରଷ୍ଟାର ପ୍ରଭାସ ଏବଂ ଅଭିନେତା ପୱନ କଲ୍ୟାଣ ତେଲାଙ୍ଗାନାରେ ବନ୍ୟା ପ୍ରଭାବିତଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ।
ବନ୍ୟା ପ୍ରଭାବିତଙ୍କ ପାଇଁ ପ୍ରଭାସ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧.୫ କୋଟି ଟଙ୍କା ଦାନ କରିଥିବାବେଳେ ପୱନ କଲ୍ୟାଣ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିଛନ୍ତି ।
ପ୍ରଭାସ ଏବଂ ପୱନଙ୍କ ବ୍ୟତୀତ ସାଉଥ ସୁପରଷ୍ଟାର ମହେଶ ବାବୁ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିଥିବା ବେଳେ ଜୁନିଅର ଏନଟିଆର ୫୦ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହାସହ ନାଗାର୍ଜୁନ ୫୦ ଲକ୍ଷ ଏବଂ ଚିରଞ୍ଜୀବୀ ୧ କୋଟି ଟଙ୍କା ଦାନ କରିଛନ୍ତି ।
ନିକଟରେ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ତେଲାଙ୍ଗାନା ବନ୍ୟା ପ୍ରଭାବିତଙ୍କ ପାଇଁ 550 କୋଟି ଟଙ୍କା ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିଲେ ।
ପ୍ରକାଶ ଥାଉ ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ ନିଜ ଟ୍ବିଟରରେ ତେଲାଙ୍ଗାନାରେ ବନ୍ୟା ପ୍ରଭାବିତଙ୍କ ପାଇଁ 15 କୋଟି ଟଙ୍କା ଦାନ ଘୋଷଣା କରି କହିଛନ୍ତି ଯେ ଦିଲ୍ଲୀର ଲୋକ ରାଜ୍ୟବାସୀଙ୍କ ସହ ଛିଡା ହୋଇଛନ୍ତି ।