ଓଡିଶା

odisha

ETV Bharat / sitara

'ରାଧେ ଶ୍ୟାମ'ରୁ ପ୍ରଭାସଙ୍କ ଫାଷ୍ଟ ଲୁକ୍ ଆଉଟ - prabhas first look from radhe shyam

ବୁଧବାର 'ରାଧେ ଶ୍ୟାମ'ର ନିର୍ମାତା ଫିଲ୍ମରୁ ଅଭିନେତା ପ୍ରଭାସଙ୍କ ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ଯେଉଁଥିରେ ପ୍ରଭାସ ବହୁତ ହ୍ୟାଣ୍ତସମ ଏବଂ ଷ୍ଟାଇଲିସ୍ ନଜର ଆସିଛନ୍ତି । ଅଧିକ ପଢନ୍ତୁ...

prabhas first look from radhe shyam viral on social media
'ରାଧେ ଶ୍ୟାମ'ରୁ ପ୍ରଭାସଙ୍କ ଫାଷ୍ଟ ଲୁକ୍ ଆଉଟ

By

Published : Oct 21, 2020, 5:46 PM IST

ମୁମ୍ବାଇ: ବୁଧବାର 'ବାହୁବଲୀ' ଫେମ ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର 'ରାଧେ ଶ୍ୟାମ'ରୁ ଅଭିନେତାଙ୍କ ଫାଷ୍ଟ ଲୁକ୍ ସାମ୍ମନାକୁ ଆସିଛି । ଯେଉଁଥିରେ ସେ ବହୁତ ହ୍ୟାଣ୍ତସମ ଏବଂ ଷ୍ଟାଇଲିସ୍ ଦେଖାଯାଉଛନ୍ତି ।

'ରାଧେ ଶ୍ୟାମ'ରୁ ପ୍ରଭାସଙ୍କ ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟରେ ପ୍ରଭାସଙ୍କୁ ଦେଖି ପ୍ରଶଂସକମାନେ ତାଙ୍କୁ ଫିଲ୍ମରେ ଦେଖିବାକୁ ଉତ୍ସାହିତର ସହିତ ଅପେକ୍ଷା କରିଛନ୍ତି ।

ଫିଲ୍ମର ଏହି ପୋଷ୍ଟରରେ ପ୍ରଭାସ ଷ୍ଟାଇଲିସ୍ ଅନ୍ଦାଜରେ ଗାଡି ଆଗରେ ବସିଥିବାର ନଜର ଆସିଛନ୍ତି ।

ଚଳଚ୍ଚିତ୍ର ସମାଲୋଚକ ତରନ ଆଦର୍ଶ ତାଙ୍କ ଟ୍ବିଟରରେ ପ୍ରଭାସଙ୍କ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଚଳଚ୍ଚିତ୍ର 'ରାଧେ ଶ୍ୟାମ'ରୁ ପ୍ରଭାସଙ୍କ ଚରିତ୍ର ବିକ୍ରମାଦିତ୍ୟଙ୍କ ଫାଷ୍ଟ ଲୁକ୍ । ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ କୋ-ଷ୍ଟାର ଅଭିନେତ୍ରୀ ପୂଜା ହେଗଡେ । 'ରାଧେ ଶ୍ୟାମ' ରାଧା କୃଷ୍ଣ କୁମାରଙ୍କ ଦ୍ବାରା ନିର୍ଦ୍ଦେଶିତ" ।

ଉଲ୍ଲେଖନୀୟ କଥା ହେଉଛି ଯେ, ପ୍ରଭାସ 23 ଅକ୍ଟୋବର 2020 ରେ ତାଙ୍କ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ନିର୍ମାତାମାନେ ଦୁଇ ଦିନ ପୂର୍ବେ ପ୍ରଶଂସକଙ୍କୁ ସରପ୍ରାଇଜ ଦେଇ ଫିଲ୍ମର ଏହି ଫାଷ୍ଟ ଲୁକ୍ ସେୟାର କରିଛନ୍ତି ।

ଏହି ଫିଲ୍ମରେ ପୂଜା ଏବଂ କୁନାଲ ରୟ କପୁର ମଧ୍ୟ ନଜର ଆସିବେ । ଏଥିରେ ପୂଜା ଜଣେ ସଙ୍ଗୀତ ଶିକ୍ଷକ ଭୂମିକାରେ ଅଭିନୟ କରୁଛନ୍ତି ।

ପ୍ରକାଶ ଥାଉ ଯେ, 'ରାଧେ ଶ୍ୟାମ' ତାମିଲ, ମାଲାୟାଲମ ବ୍ୟତୀତ ଏହି ଫିଲ୍ମ ହିନ୍ଦୀରେ ମଧ୍ୟ ମୁକ୍ତିଲାଭ କରିବ ।

ABOUT THE AUTHOR

...view details