ହାଇଦ୍ରାବାଦ: ତାଙ୍କୁ କିଏ କହେ ଡାର୍ଲିଂ, କିଏ କହେ ରିବେଲ୍ ତ ଆଉ କିଏ କହେ ବାହୁବଳୀ । ପରିଚୟ ପାଇଁ ତାଙ୍କ ଅଭିନିତ ଗୋଟିଏ ଗୋଟିଏ ଚରିତ୍ର ହିଁ ଯଥଷ୍ଟ । ସିନେମା ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଆଜି ଏହି ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଜନ୍ମଦିନ ।
42 ବର୍ଷରେ ପାଦ ଥାପିଛନ୍ତି 'ଡାର୍ଲିଂ' ହିରୋ । ରିବେଲ୍ ପରି ଅନ୍ଦାଜ୍, ରୋମାଣ୍ଟିକ୍ ସିନରେ ମଧ୍ୟ ରହିଛି ଦବରଦସ୍ତ ଦଖଲ । ବାହୁବଳୀ ପରି ବ୍ଲକ୍ ବ୍ଲଷ୍ଟର ଆକ୍ସନ୍ ମୁଭିରେ ତୀକ୍ଷ୍ଣ ଅଭିନୟ କରି ସାରା ବିଶ୍ବରେ ପରିଚୟ ସୃଷ୍ଟି କରିପାରିଥିଲେ ପ୍ରଭାସ । ଏହି ଫିଲ୍ମରେ ପ୍ରଭାସଙ୍କ ପାୱାର ପ୍ୟାକ୍ ଆକ୍ସନ ସିନ୍ ଓ ଷ୍ଟଣ୍ଟ ତାଙ୍କୁ ଅଧିକ ସଫଳତା ଦେଇଥିଲା ।