ହାଇଦ୍ରାବାଦ: ସୁପରଷ୍ଟାର ପ୍ରଭାସ ଓ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ରିଲେସନଶିପ ଚର୍ଚ୍ଚା ଦୀର୍ଘ ସମୟରୁ ଜୋର ଧରିଆସୁଛି । ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’ ରିଲିଜ ହେବା ପରେ ଶୁଣିବାକୁ ମିଳୁଥିଲା ଯେ ଏହି ଦୁଇ ଷ୍ଟାର୍ସ ବିବାହ ବନ୍ଧନରେ ଜଲଦି ଆବଦ୍ଧ ହେବେ । ଫ୍ୟାନ୍ସଙ୍କ ଏହି ସ୍ବପ୍ନ କେବେ ସତ ହେବ ତାହା କାହାରିକୁ ଜଣାନାହିଁ, କିନ୍ତୁ ଇତିମଧ୍ୟରେ ଏମିତି କିଛି କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଭାସ । ଯାହାଶୁଣି ଫ୍ୟାନ୍ସ ପୁଣି ଦୁଇ ଜଣଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି ।
କଥାଟି ହେଲା କି ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ସାହୋ’ ଅଗଷ୍ଟ 30ରେ ରିଲିଜ ହେବ । ଏହି ଫିଲ୍ମ ଜରିଆରେ ପ୍ରଭାସ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମ ରିଲିଜ ପୂର୍ବରୁ ସେ ନିଜ ଲେଡିଲଭ ଅନୁଷ୍କାଙ୍କ ପାଇଁ ‘ସାହୋ’ର ସ୍ପେଶାଲ ସ୍କ୍ରିନିଂ କରିବେ ବୋଲି ସ୍ଥିର କରିଛନ୍ତି ।