ଓଡିଶା

odisha

ETV Bharat / sitara

ତାଣ୍ଡବ ମାମଲା: ଆମାଜନ ପ୍ରାଇମ ଇଣ୍ଡିଆର ମୁଖ୍ୟ ଅପର୍ଣ୍ଣାଙ୍କ ବୟାନ ରେକର୍ଡ - ତାଣ୍ଡବ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗ

ହଜରତଗଞ୍ଜ ପୋଲିସ ଷ୍ଟେସନରେ ବୟାନ ରେକର୍ଡ କଲେ ଆମାଜନ ପ୍ରାଇମ ଇଣ୍ଡିଆର ମୁଖ୍ୟ ଅପର୍ଣ୍ଣା । ସିରିଜ ‘ତାଣ୍ଡବ’ ଉପରେ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Feb 24, 2021, 8:16 AM IST

ଲକ୍ଷ୍ନୌ: ନିକଟରେ ସୈଫ ଅଲ୍ଲୀ ଖାନଙ୍କ ବହୁ ଚର୍ଚ୍ଚିତ ୱେବ ସିରିଜ ‘ତାଣ୍ଡବ’ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ହେଲେ ରିଲିଜ ହେବା ମାତ୍ରେ ସିରିଜ ଉପରେ ଧାର୍ମିକ ଭାବନାକୁ ଆଘାତ ଦେବାର ଅଭିଯୋଗ ମଧ୍ୟ ଲାଗିଥିଲା । ଏହି ମାମଲାରେ ଏବେ ଆମାଜନ ପ୍ରାଇମ ଇଣ୍ଡିଆର ବିଷୟବସ୍ତୁ ମୁଖ୍ୟ ଅପର୍ଣ୍ଣା ପୁରୋହିତ ହଜରତଗଞ୍ଜ ପୋଲିସ ଷ୍ଟେସନରେ ନିଜ ବୟାନ ଦେଇଛନ୍ତି ।

ଜାନୁୟାରୀ 18ରେ ଆମାଜନ ପ୍ରାଇମ ଇଣ୍ଡିଆର ବିଷୟବସ୍ତୁ ମୁଖ୍ୟ ଅପର୍ଣ୍ଣା ସିରିଜ ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜଫର, ଏହାର ନିର୍ମାତା ହିଂମାଶୁ କୃଷ୍ଣ ମେହେରା, ଲେଖକ ଗୌରବ ସୋଲାଙ୍କି ଏବଂ ଅନ୍ୟମାନଙ୍କ ବିରୋଧରେ ଲକ୍ଷ୍ନୌର ହଜରତଗଞ୍ଜ କୋଟୱାଲିରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗ ଏମାନଙ୍କ ଉପରେ ଲାଗିଛି ।

ବିଜେପି ନେତା ରାମ କଦମ ଏହା ପୂର୍ବରୁ କହିଥିଲେ ଯେ ସେ ‘ତାଣ୍ଡବ’ ବିରୋଧରେ ମୁମ୍ବାଇର ଘାଟକୋପର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ସେହିଭଳି ବିଜେପି ନେତା ମନୋଜ କୋଟାକ୍ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ। ଜାନୁୟାରୀ 27ରେ ସୁପ୍ରିମକୋର୍ଟ ଅଭିନେତା ମହମ୍ମଦ ଜିଶାନ ଆୟୁବ ଏବଂ ସିରିଜ 'ତାଣ୍ଡବ'ର ନିର୍ମାତାଙ୍କୁ ଗିରଫରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରିବାକୁ ମନା କରିଦେଇଥିଲେ ଏବଂ ଗିରଫ କିମ୍ବା ଏଫଆଇଆର ବନ୍ଦରୁ ମୁକ୍ତି ପାଇଁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ଅନୁମତି ଦେଇଥିଲେ।

ସେହିପରି ଜାନୁୟାରୀ 23ରେ ଦିଲ୍ଲୀ କୋର୍ଟ କ୍ରାଇମବ୍ରାଞ୍ଚ ଅଭିଯୋଗରେ ଶୁଣାଣି ସ୍ଥଗିତ ରଖିଛି ଯେ ସୈଫଙ୍କ ଅଭିନୀତ ସିରିଜ ‘ତାଣ୍ଡବ’ର ନିର୍ମାତାଙ୍କ ଶୁଣାଣି ଆସନ୍ତା ଏପ୍ରିଲ 19ରେ କରିବା ପାଇଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details