ମୁମ୍ବାଇ: ଅନେକ ଦିନ ପରେ ଚର୍ଚ୍ଚାରେ ଆସିଛନ୍ତି ‘ସାକ୍ରେଡ ଗେମ୍ସ’ର କୁକୁ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ତଥା ସାମ୍ବାଦିକା କୁବ୍ରା ସିଟ । ସେ ଫେମସ ଅଭିନେତା ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ବିଗ ବଜେଟ ବିବାହକୁ ନେଇ ଏକ କାହାଣୀ ସମସ୍ତଙ୍କୁ ଶୁଣାଇଛନ୍ତି । ଆଉ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସେ ଏକ ଚାର୍ଟ ଶୋରେ ଯୋଗ ଦେଇ କହିଥିଲେ, ‘ଯେତେବେଳେ ମୁଁ 5 ହଜାର ଲୋକଙ୍କ ମଧ୍ୟରେ ଏକ ଶୋର ହୋଷ୍ଟି କରୁଥିଲି ସେହି ସମୟରେ ମୁଁ ରଣବୀରଙ୍କୁ ଭେଟିଥିଲି । ଯେବେ ଆପଣ କୌଣସି ଶୋର ହୋଷ୍ଟ ରୂପେ କାମ କରୁଛ ତେବେ ଆପଣ କେବେ ମଧ୍ୟ ଜଣେ ସୁପରଷ୍ଟାରଙ୍କ ଦ୍ବାରା ମନେ ରହିବାର କଳ୍ପନା କରିପାରିବ ନାହିଁ । ହେଲେ ସେ ମତେ ମନେ ରଖିଥିଲେ । ଆଉ ଯେତେବେଳେ ମୋ ଅଭିନୀତ ସିରିଜ ସାକ୍ରେଡ ଗେମ୍ସ ରିଲିଜ ହେଲା ସେ ମେସେଜ କରିଥିଲେ । ଆଉ ମୁଁ ସବୁ କିଛି ଭୁଲି ଯାଇଥିଲି । ସେ ମତେ କହିଥିଲେ କଣ ବସ୍ ତୁମେ ବହୁତ ଚାଲାଖ । ମୁଁ ତାଙ୍କୁ ସଙ୍ଗେ ସଙ୍ଗେ କହିଲି ଆପଣ ମତେ ବିବାହର ନିମନ୍ତ୍ରଣ କରିବାକୁ ଭୁଲିବେ ନାହିଁ । ଏଥିପାଇଁ ମତେ ଲାଗିଥିଲା ଯେ ମୁଁ ତାଙ୍କ ବିବାହରେ ନିଜକୁ ନିମନ୍ତ୍ରଣ କରିବାକୁ କହିଥିଲି । ହେଲେ ରଣବୀର ବହୁତ ଦୟାଳୁ ଏବଂ ଶାନଦାର ମଣିଷ। ମୁଁ କହିବାକୁ ଚାହୁଁଛି ଯେ ବିନା ନିମନ୍ତ୍ରଣରେ ତାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ମୁଁ ତାଙ୍କୁ ମୋ ତରଫରୁ କହିଥିଲି।’