ଓଡିଶା

odisha

ETV Bharat / sitara

ଗୁରୁବାର ବିବାହ କରିବେ ‘ମିର୍ଜାପୁର 2’ ଆକ୍ଟର ପ୍ରିୟାଂଶୁ - ଗାର୍ଲଫ୍ରେଣ୍ଡ ବନ୍ଦନା ଯୋଶୀଙ୍କୁ ବିବାହ କରିବେ ପ୍ରିୟାଂଶୁ

ବଲିଉଡରେ ଆଉ ଜଣେ ଅଭିନେତାଙ୍କ ବିବାହକୁ ନେଇ ଚର୍ଚ୍ଚା । ବିବାହ କରିବାକୁ ଯାଉଛନ୍ତି ଅଭିନେତା ପ୍ରିୟାଂଶୁ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Nov 25, 2020, 1:35 PM IST

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିରୁ ନେଇ ବଲିଉଡ ଓ ଟଲିଉଡରୁ ନେଇ ହଲିଉଡ ପର୍ଯ୍ୟନ୍ତ ଏବେ ଚାଲିଛି ବିବାହ ଋତୁ । ଧିରେ ଧିରେ କରି ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି ସେଲିବ୍ରିଟି । ନିକଟରେ ପପୁଲାର ଗାୟିକା ନେହା କକ୍କର ପଞ୍ଜାବୀ ଗାୟକ ରୋହନପ୍ରୀତ ସିଂଙ୍କୁ ବିବାହ କରିଥିଲେ । ଆଉ ଆସନ୍ତା କାଲି(ଗୁରୁବାର) ଦୀର୍ଘ ସମୟର ଗାର୍ଲଫ୍ରେଣ୍ଡ ବନ୍ଦନା ଯୋଶୀଙ୍କୁ ସାଥ ଜନ୍ମର ସାଥୀ କରିବାକୁ ଯାଉଛନ୍ତି ‘ମିର୍ଜାପୁର 2’ ଆକ୍ଟର ପ୍ରିୟାଂଶୁ ପାଇନୁଲି । ଏହାର ସୂଚନା ସେ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି ।

ବିବାହ କଥା ଆଲୋଚନା କରି ସେ କହିଛନ୍ତି, ‘26 ତାରିଖରେ ହୋମଟାଉନ ଡେରାଡୁନରେ ମୁଁ ବିବାହ କରିବାକୁ ଯାଉଛି । ଆମେ ଚଳିତ ବର୍ଷ ପ୍ରାରମ୍ଭରେ ବିବାହ କରିବାକୁ ଚିନ୍ତା କରୁଥିଲୁ କିନ୍ତୁ ମନରେ କୌଣସି ତାରିଖ ନଥିଲା ଏବଂ ପରେ କୋରୋନା ମହାମାରୀ ହେତୁ ଆମକୁ ଆମର ଯୋଜନା ପରିବର୍ତ୍ତନ କରିବାକୁ ପଡିଲା କିନ୍ତୁ ଆମେ ବିବାହ ସ୍ଥଗିତ ରଖିବାକୁ ଚାହୁଁନାହୁଁ । ଆମେ ଭାବିଲୁ କାହିଁକି ଖୁସି ସହ ଏବର୍ଷ ଶେଷ ନକରିବୁ । ବିବାହ ଉତ୍ସବରେ 50 ଲୋକ ସାମିଲ ହେବେ । ଭଭୟ ପକ୍ଷରୁ 25 ଜଣ ସଦସ୍ୟ । ଆସନ୍ତା ଶୁକ୍ରବାର ଡେରାଡୁନରେ ରିସେପ୍ସନ ପାର୍ଟିର ଆୟୋଜନ କରିବାର ଯୋଜନା କରିଛୁ ।’

ପ୍ରକାଶ ଥାଉକି ପ୍ରିୟାଂଶୁ ଓ ବନ୍ଦନା ଥିଏଟରରେ କାମ କରୁଥିବା ସମୟରେ ପରସ୍ପର ସହ ପ୍ରଥମେ ଭେଟିଥିଲେ । ପରେ ଦୁଇଜଣ ଏକାଠି ଅନେକ ସଟ ଫିଲ୍ମରେ ମଧ୍ୟ କାମ କରି ପରସ୍ପରକୁ ଦେଇ ବସିଥିଲେ ମନ । ଯେଉଁ ଗୁଡିକର ନିର୍ଦ୍ଦେଶନା ଦାୟିତ୍ବ ନିଜେ ପ୍ରିୟାଂଶୁ ତୁଲାଇଥିଲେ ।

For All Latest Updates

ABOUT THE AUTHOR

...view details