ମୁମ୍ବାଇ: ଲକଡାଉନ ପାଇଁ ସବୁ ଟିଭି ସିରିୟଲର ସୁଟିଂ ବନ୍ଦ କରିଦିଆଯାଇଥିଲା । ଏବେ କୋହଳ ମିଳିବା ପରେ ଧିରେ ଧିରେ କରି ସିରିୟଲର ସୁଟିଂ ଆରମ୍ଭ କରୁଛନ୍ତି ମେକର୍ସ । କିଛି ଦିନ ହେବ ଅନେକ ସିରିୟରର ସୁଟିଂ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ସାମିଲ ଅଛି କମେଡି ଡ୍ରାମା ସିରିୟଲ ‘ତାରଖ ମେହତା କା ଉଲ୍ଟା ଚଷମା’। ଯାହାର ନୂଆ ଏପିସୋଡ ମଧ୍ୟ ଟେଲିକାଷ୍ଟ ହୋଇଯାଇଛି। ଏହି ସିରିୟଲର ଫ୍ୟାନ୍ସଙ୍କୁ 22 ତାରିଖରେ ନୂଆ ଏପିସୋଡ ଟେଲିକାଷ୍ଟ କରି ମେକର୍ସ ଖୁସି କରିଦେଇଛନ୍ତି।
‘ତାରଖ ମେହତା କା ଉଲ୍ଟା ଚଷମା’ର ନୂଆ ଏପିସୋଡକୁ ନେଇ ଖୁସି ଦର୍ଶକ - ‘ତାରଖ ମେହତା କା ଉଲ୍ଟା ଚଷମା’ର ନୂଆ ଏପିସୋଡକୁ ନେଇ ଖୁସି ଦର୍ଶକ
22 ତାରିଖରେ ପୁନଃ ପ୍ରସାରଣ ହୋଇଛି ଲୋକପ୍ରିୟ ଧାରାବାହିକ ‘ତାରଖ ମେହତା କା ଉଲ୍ଟା ଚଷମା’ । ଖୁସି ନଜର ଆସୁଛନ୍ତି ଦର୍ଶକ।
![‘ତାରଖ ମେହତା କା ଉଲ୍ଟା ଚଷମା’ର ନୂଆ ଏପିସୋଡକୁ ନେଇ ଖୁସି ଦର୍ଶକ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ](https://etvbharatimages.akamaized.net/etvbharat/prod-images/768-512-8140746-11-8140746-1595499634538.jpg)
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ସେହିପରି ଟେଲିକାଷ୍ଟ ହୋଇଥିବା ଏପିସୋଡରେ ଜେଠାଲାଲା ବାବୁଜିଙ୍କୁ ଖୋଜୁଥିବାର ନଜର ଆସିଥିଲେ। ସେପଟେ ଫ୍ୟାନ୍ସ ନୂଆ ଏପିସୋଡ ଦେଖିବା ପରେ ଟ୍ବିଟରରେ ନିଜ ନିଜ ଖୁସି ପ୍ରକାଶ କରିଛନ୍ତି। ସିରିୟଲ ଉପରେ ବର୍ତ୍ତମାନ ଅନେକ ମଜାଦାର ମିମି ସୋସିଆଲ ମିଡିଆରେ ଘୁରି ବୁଲୁଛି।
ପ୍ରକାଶ ଥାଉକି ଶୋ ସୁଟିଂ ପୁନଃ ଆରମ୍ଭ ହେବା ଉପରେ କ୍ରିଏଟର ଅସିତ କୁମାର ମୋଦି କହିଥିଲେ ଯେ ‘ତାରଖ ମେହତା କା ଉଲ୍ଟା ଚଷମା’ର ସୁଟିଂ ଏ ମାସ 10 ତାରିଖରୁ ଆରମ୍ଭ। ଆମେ ଶୀଘ୍ର ନୂଆ ଏପିସୋଡ ସହିତ ଟିଭିକୁ ଫେରିବୁ।