ମୁମ୍ବାଇ: ଟିଭି ଅଭିନେତ୍ରୀ ତଥା ‘ବିଗବସ 13’ ପ୍ରତିଯୋଗୀ ରଶ୍ମୀ ଦେସାଇଙ୍କ ଜଲୱା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ତାଙ୍କ ବିକିନି ଫଟୋ ଦିୱାନା କରୁଛି ସମସ୍ତଙ୍କୁ । ରବିବାର ତାଙ୍କ ଏପରି ଅନ୍ଦାଜ ଦେଖି ଫ୍ୟାନ୍ସଙ୍କ ପାଟିରୁ କେବଳ ବାଃ ବାଃ ବାହାରିଥିଲା । ଆଉ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛନ୍ତି ତାଙ୍କ ସେକ୍ସୀ ଫଟୋ ।
କଥାଟି ହେଲା ଯେ ସେ ଫ୍ୟାନ୍ସଙ୍କୁ ରବିବାର ଖୁସ୍ କରିବା ପାଇଁ ନିଜର ବିକିନି ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ପିଙ୍କ୍ ବିକିନି ପିନ୍ଧିବା ସହ ହ୍ବାଇଟ ନେଟ ଜ୍ୟାକଟେ କ୍ୟାରି କରିଥିବାର ଦେଖାଯାଉଛନ୍ତି । ଏହାସହ ସେ ସ୍ବିମିଂ ପୁଲ ପାଖାରେ ଠିଆ ହୋଇଛନ୍ତି । ତାଙ୍କ ଏହି ଫଟୋସୁଟ ଲୋନାୱାଲାରେ କରାଯାଇଛି ।