ଓଡିଶା

odisha

ETV Bharat / sitara

କରନଙ୍କଠୁ ଦୂରେଇ ରହିବାକୁ ଦିବ୍ୟାଙ୍କୁ ପରାର୍ମଶ, ଏମିତି ଦେଲେ ଜବାବ - ଫିଲ୍ମ ନିର୍ମାତା କରନ ଜୋହରଙ୍କ ନ୍ୟୁଜ

ସୋସିଆଲ ମିଡିଆ ୟୁଜରଙ୍କୁ ଜବାବ ଦେଇ ବର୍ତ୍ତମାନ ଚର୍ଚ୍ଚାରେ ଦିବ୍ୟାଙ୍କା । ତାଙ୍କୁ କରନ ଜୋହରଙ୍କ ସହ ନ ମିଶିବାକୁ ଦିଆଯାଇଛି ଉପଦେଶ ।

ଫଟୋ ସୌଜନ୍ୟ" ଇନଷ୍ଟାଗ୍ରାମ@ଦିବ୍ୟାଙ୍କା ତ୍ରିପାଠୀ
ଫଟୋ ସୌଜନ୍ୟ" ଇନଷ୍ଟାଗ୍ରାମ@ଦିବ୍ୟାଙ୍କା ତ୍ରିପାଠୀ

By

Published : Oct 14, 2020, 7:13 AM IST

ମୁମ୍ବାଇ: ସୋସିଆଲ ମିଡିଆ ୟୁଜର୍ସ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନରେ ସବୁବେଳେ ସମ୍ପୃକ୍ତ ହେବାକୁ ଚେଷ୍ଟା କରିଥାଆନ୍ତି । ନିଜ ନିଜ ଫେଭରେଟ ଷ୍ଟାର୍ସଙ୍କୁ ଉପଦେଶ ଦେବାକୁ ମଧ୍ୟ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଏମିତି କିଛି ନିକଟରେ ଘଟିଥିଲା । ଯେବେ ଟିଭିର ଫେମସ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କୁ ଜଣେ ୟୁଜର ପରାର୍ମଶ ଦେଇଥିଲେ । ଯାହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ଅଭିନେତ୍ରୀ ।

କଥାଟି ହେଲା ଯେ ଜଣେ ୟୁଜର ଲେଖିଥିଲେ, ‘ମୋ ଆଶୀର୍ବାଦ ତୁମ ସହ ଅଛି । ଭଲ ଭଲ ଫିଲ୍ମ କର ଆଉ ଡ୍ରଗ୍ସ ଚକ୍କରରେ ପଡନାହିଁ । ଫିଲ୍ମ ନିର୍ମାତା କରନ ଜୋହରଙ୍କଠୁ ଦୂରାଇ ରୁହ । ଭୁଲରେ ବି ତାଙ୍କ ପାଖକୁ ଯିବ ନାହିଁ ।’

ଏହାର ଜବାବରେ ଦିବ୍ୟାଙ୍କା ଲେଖିଛନ୍ତି, ‘ଏହି କଥା ବହୁତ ଭଲ ଲାଗିଲା । ହୃଦୟରୁ ଧନ୍ୟବାଦ । ବର୍ତ୍ତମାନ ସମସ୍ତେ ପରସ୍ପରକୁ ବିନା କାରଣରେ ଭୁଲ ମାନୁଛନ୍ତି । କଳାକାର ଯେତେ ବି ମଜବୁତ ହେଲେ ଦୁଃଖ ତ ଲାଗେ । ଯେବେ ବାପା ଏହି ସହରକୁ ଛାଡି ଭୋପାଳ ଯାଇଥିଲେ, ସେହି ସମୟରୁ ଗୋଟିଏ ଚେଷ୍ଟା କରିଆସୁଛି ତାଙ୍କ ମୁଣ୍ଡ ନନୁଆଁଇବାକୁ ।’

ABOUT THE AUTHOR

...view details