ମୁମ୍ବାଇ: ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ପ୍ରାୟତଃ ସୋସିଆଲ ମିଡିଆରେ ନିଜ ସହ ସମ୍ପୃକ୍ତ ଜିନିଷ ସେୟାର କରୁଥିବାର ନଜର ଆସନ୍ତି । ତାଙ୍କ ଏକ୍ସ ବୟଫ୍ରେଣ୍ଡ ତଥା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ତାଙ୍କର ବେଶ୍ ଚର୍ଚ୍ଚା ହେଉଛି । କାରଣ ସେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି । ଏହାସହ ତାଙ୍କୁ କିଛି ଟ୍ରୋଲର୍ସଙ୍କ ଶିକାର ମଧ୍ୟ ହେବାକୁ ପଡୁଛି । ଅନେକ ବର୍ଷ ରିଲେସନଶିପ୍ ପରେ ସୁଶାନ୍ତ ଓ ଅଙ୍କିତାଙ୍କ ବ୍ରେକଅପ୍ ହୋଇଯାଇଥିଲା। ହେଲେ ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତାଙ୍କ ଉପରେ ଅନେକ ଦୋଷ ଲଗାଇଥିଲେ ୟୁଜର୍ସ । ଇତିମଧ୍ୟରେ ସେ ସୁଶାନ୍ତଙ୍କ ସହ ବ୍ରେକଅପ ହେବା କଥା ଉପରେ ମୁହଁ ଖୋଲିଛନ୍ତି । ଆଉ ରଖିଛନ୍ତି ନିଜ ପ୍ରତିକ୍ରିୟା ।
ସୁଶାନ୍ତଙ୍କ ସହ ବ୍ରେକଅପ୍କୁ ନେଇ ଏମିତି କହିଲେ ଅଙ୍କିତା
ପୁଣିଥରେ ଚର୍ଚ୍ଚାରେ ଅଙ୍କିତା । ଏଥର ସେ ସୁଶାନ୍ତଙ୍କ ସହ ବ୍ରେକଅପ୍ ବିଷୟରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...
ସେ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଜଣାଇଥିଲେ, ‘ସୁଶାନ୍ତଙ୍କୁ ଛାଡିଥିବାରୁ ଲୋକେ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ମୋତେ ଦାୟୀ କରୁଛନ୍ତି। ମୁଁ ସେମାନଙ୍କୁ ପଚାରିବାକୁ ଚାହେଁ ସେମାନେ କଣ ଜାଣିଛନ୍ତି ? ମୋ ବ୍ରେକଅପ୍ ସମୟରେ ଚୁପ୍ ଥିଲି । କାରଣ ମୁଁ ସେତେବେଳେ ମୋର ସମ୍ପର୍କ ପାଇଁ ତାହା କରୁଥିଲି । କାରଣ ମୁଁ ଅନ୍ୟଙ୍କ ପରି ନୁହେଁ, ଯେଉଁମାନେ ନିଜ ସମ୍ପର୍କକୁ ଏକ ଚମତ୍କାର ପ୍ରଦର୍ଶନ କରନ୍ତି । ଲୋକେ ଆଜି ମତେ ଭୁଲ ବୁଝଛନ୍ତି ଏବଂ ସୁଶାନ୍ତଙ୍କୁ ଛାଡିବା ପାଇଁ ଦାୟୀ କରୁଛନ୍ତି । ମୁଁ କାହାକୁ ଦାୟୀ କରୁନାହିଁ। ସୁଶାନ୍ତ ତାଙ୍କ ପସନ୍ଦକୁ ବାଛିଥିଲେ। ସେ ନିଜ କ୍ୟାରିୟର ସହିତ ଆଗକୁ ବଢିବାକୁ ଚାହୁଁଥିଲେ । ସେ ନିଜ କ୍ୟାରିୟର ବାଛିଲେ ଏବଂ ଆଗକୁ ବଢିଲେ । ହେଲେ ପ୍ରାୟ 2 ବର୍ଷ 5 ମାସ ମୁଁ ଅନ୍ୟାନ୍ୟ ଜିନିଷ ସହିତ ସଂଘର୍ଷ କରୁଥିଲି । ମୋର ମନ ଏପରି ଅବସ୍ଥାରେ ନଥିଲା ଯେ ମୁଁ ମୋର କାମ କରିପାରିବି । ମୋ ପରିବାର ମୋତେ ସମର୍ଥନ କରିଥିଲେ। ସୁଶାନ୍ତ ମତେ ଛାଡିବା ପରେ ମୋର ଜୀବନ ସମାପ୍ତ ହେଲା ପରି ଲାଗୁଥିଲା । ମୁଁ କଣ କରିବି ବୁଝିପାରିଲି ନଥିଲି। ହେଲେ ସମସ୍ତେ ମତେ ଦୋଷ ଦେଉଛନ୍ତି । ମୁଁ ଏଠାରେ କାହାରିକୁ ବ୍ଲେମ୍ କରିବାକୁ ଚାହୁଁନାହିଁ ।’
ପ୍ରକାଶ ଥାଉକି 2016 ରେ ଅଙ୍କିତା ଏବଂ ସୁଶାନ୍ତଙ୍କ ବ୍ରେକଅପ୍ ହୋଇଥିଲା । ଏହି ଯୋଡି ଏକାଠି ଟିଭି ଧାରାବାହିକ ‘ପବିତ୍ର ରିସ୍ତା’ ଜରିଆରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।