ଓଡିଶା

odisha

ETV Bharat / sitara

ଅଙ୍କିତାଙ୍କୁ ଡେଟ କରିବା କଥାରେ ରାଗିଲେ କୁଶାଲ - ଟ୍ବିଟ କରି ଅଙ୍କିତାଙ୍କ ସହ ରିଲେସନଶିପକୁ ନେଇ ପ୍ରତିକ୍ରିୟା ଦେଲେ କୁଶାଲ

ଟ୍ବିଟ କରି ଅଙ୍କିତାଙ୍କ ସହ ରିଲେସନଶିପକୁ ନେଇ ପ୍ରତିକ୍ରିୟା ଦେଲେ କୁଶାଲ । 2016ରୁ ଦୁଇଜଣଙ୍କ ସମ୍ପର୍କକୁ ନେଇ ଉଠିଆସୁଛି ପ୍ରଶ୍ନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Aug 28, 2020, 7:38 PM IST

ମୁମ୍ବାଇ: ଟିଭିର ଫେମସ ଅଭିନେତା କୁଶାଲ ଟଣ୍ଡନ ଓ ସୁଶାନ୍ତ ସିଂ ରାଜପୁତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି । ଶୁଣିବାକୁ ମିଳୁଛି ଯେ ଏହି ଯୋଡି ରିଲେସନଶିପରେ ଥିଲେ । ଆଉ ଅଙ୍କିତାଙ୍କୁ ଡେଟ କରୁଥିଲେ କୁଶାଲ । ଯାହା ଉପରେ ପ୍ରତିକ୍ରିୟା ଦେଇ ବର୍ତ୍ତମାନ ଚର୍ଚ୍ଚାରେ କୁଶାଲ।

ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ଏହା ଲଜ୍ୟାଜନକ ଖବର । ସୁଶାନ୍ତ ଓ ଅଙ୍କିତା ଦୁଇଜଣ ମୋର ଭଲ ବନ୍ଧୁ ଥିଲେ । ଏହି ସମୟରେ ପରସ୍ପର ଉପରେ ଦୋଷ ଲଗାଇବା ଠିକ୍ କଥା ନୁହେଁ । ମୁଁ ଜାଣିନାହଁ ମତେ କାହିଁକି ଏହି ମାମଲାରେ ଭର୍ତ୍ତି କରାଯାଉଛି । ଦୟା କରି ମତେ ଏହି ସବୁ ଜିନିଷରୁ ଦୂରେଇ ରଖ । ଆଶ୍ଚର୍ଯ୍ୟ ଲାଗୁଛି ଯେ ଆମେ କିପରି ଏହି ଖବର ଦୁନିଆରେ ବଞ୍ଚୁଛେ । ସୁଶାନ୍ତଙ୍କ ଆତ୍ମକୁ ଶାନ୍ତିରେ ରହିବାକୁ ଦିଅ । ଏଠାରେ ସର୍କସ ଚାଲିଛି । ଆଉ ସେହି ହୀରା ନିହାତି ଆକାଶରୁ ଏହି ସହୁ ଜିନିଷ ଦେଖି ହସୁଥିବ । ସୁଶି ତୁମେ ଆରାମରେ ରୁହ ଯେମିତି ତୁମେ ସବୁବେଳେ ରହିବାକୁ ଚାହୁଁଥିଲ ।’

ପ୍ରକାଶ ଥାଉକି 2016ରେ ମଧ୍ୟ ଏପରି ଖବର ସାମ୍ନାକୁ ଆସିଥିଲା ଯେ ଅଙ୍କିତା ଓ କୁଶାଲ ପରସ୍ପରକୁ ଡେଟ କରୁଛନ୍ତି ବୋଲି । ଯାହାକୁ ଦୁଇଜଣ ଖଣ୍ଡନ କରିଦେଇଥିଲେ ।

For All Latest Updates

TAGGED:

ABOUT THE AUTHOR

...view details