ଓଡିଶା

odisha

ETV Bharat / sitara

ଦୁଇ ଭାଗରେ ରିଲିଜ ହେବ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା’

ଆସିଲା ‘ପୁଷ୍ପା’ର ରିଲିଜ ସୂଚନା । ଦୁଇଟି ଭାଗରେ ଫିଲ୍ମ ରିଲିଜ କରିବେ ମେକର୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : May 14, 2021, 12:37 PM IST

ହାଇଦ୍ରାବାଦ: ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ପୁଷ୍ପା’ର ରିଲିଜକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଏହି ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରି ମାରିବେ ଅଭନେତା । ସେହିପରି ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ମଧ୍ୟ ଗତ ବର୍ଷର ରିଲିଜ ହୋଇଥିଲା । ଇତିମଧ୍ୟରେ ଫିଲ୍ମ ରିଲିଜକୁ ନେଇ ମେକର୍ସ ବଡ ନିଷ୍ପତ୍ତି ନେଇଛନ୍ତି ।

କଥାଟି ହେଲା ଯେ ଦୁଇଭାଗରେ ରିଲିଜ ହେବାକୁ ଯାଉଛି । ଯାହାର ସୂଚନା ଦେଇଛନ୍ତି ମେକର୍ସ । ଫିଲ୍ମର ପ୍ରଥମଭାଗ ଏବର୍ଷ ଅଗଷ୍ଟ 13ରେ ରିଲିଜ ହେବାକୁ ଯାଉଥିବା ବେଳେ ଏହାର ଦ୍ବିତୀୟ ଭାଗ ଆସନ୍ତା ବର୍ଷ ଆଣିବାର ଯୋଜନା କରିଛନ୍ତି ନିର୍ମାତା।

ସେହିପରି ଜାରି ହୋଇଥିବା ଷ୍ଟେଟମେଣ୍ଟରେ କୁହାଯାଇଛି, ‘କାହାଣୀ ଏବଂ ଚରିତ୍ରଗୁଡ଼ିକ ବଢିବାରୁ ଫିଲ୍ମକୁ ଦୁଇଟି ଭାଗରେ ରିଲିଜ କରିବାର ଆବଶ୍ୟକ ଅଛି । ପୁଷ୍ପା ରାଜଙ୍କ ପରିଚୟ ପାଇଁ ଆମେ ଯେଉଁ ଉତ୍ସାହ ଦେଖିଥିଲୁ, ତାହା ଅତୁଳନୀୟ ଥିଲା । ଯାହାକୁ ଦୃଷ୍ଟିରେ ରଖି ଆମେ ଫିଲ୍ମକୁ ଦୁଇଭାଗରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛୁ ।’

ପ୍ରକାଶ ଥାଉକି ‘ପୁଷ୍ପା’ର ନିର୍ଦ୍ଦେଶନା ଦାୟିତ୍ବ ‘ଆର୍ୟା’ ଫେମ ନିର୍ଦ୍ଦେଶକ ସୁକୁମାର ତୁଲାଇଛନ୍ତି । ସେହିପରି ଫିଲ୍ମକୁ ହିନ୍ଦୀ ବ୍ୟତୀତ ତେଲୁଗୁ, ତାମିଲ, ମାଲାୟାଲମରେ ରିଲିଜ କରାଯିବ । ଅର୍ଜୁନଙ୍କ ସହ ଏଥିରେ ରୋମାନ୍ସ କରୁଥିବାର ନଜର ଆସିବେ ଅଭିନେତ୍ରୀ ରଶ୍ମିକା ମନ୍ଦାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details