ଓଡିଶା

odisha

By

Published : Dec 10, 2020, 12:04 PM IST

ETV Bharat / sitara

ବାପାଙ୍କୁ ସ୍ପେଶାଲ ବର୍ଥଡେ ୱିଶ କଲେ କାଜଲ

ବାପାଙ୍କ ଜନ୍ମଦିନରେ ଅଭିନେତ୍ରୀ କାଜଲଙ୍କ ନିଆରା ୱିଶ୍ । ନିଜ ବିବାହ ସମୟର ଫଟୋ ସେୟାର କରି ନିଜ ଭଲ ପାଇବା ଜାହିର କଲେ କାଜଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାଜଲ ଅଗ୍ରୱାଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାଜଲ ଅଗ୍ରୱାଲ

ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତା କାଜଲ ଅଗ୍ରୱାଲ ନିକଟରେ ବିଜନେସମ୍ୟାନ ଗୌତମ କିଚଲୁଙ୍କୁ ବିବାହ କରିଥିଲେ । ସେହିପରି ଏହି ଯୋଡି ନିଜ ହନିମୁନ ପାଇଁ ବିଦେଶ ଯାତ୍ରା କରିଥିଲେ । ବର୍ତ୍ତମାନ ବୈବାହିକ ଜୀବନରେ ବ୍ୟସ୍ତ ଥିବା କାଜଲ ସୋସିଆଲ ମିଡିଆରେ ବାପାଙ୍କ ପାଇଁ ଲେଖିଛନ୍ତି ଭାବୁକ କଥା । ଆଜି ତାଙ୍କ ବାପା ବିନୟ ଅଗ୍ରୱାଲଙ୍କ ଜନ୍ମଦିନ ।

ଏହି ଅବସରରେ ସେ ବାପାଙ୍କ ସହ ନିଜର କିଛି ସୁନ୍ଦର ଫଟୋ ପୋଷ୍ଟ କରି ଜନ୍ମଦିନ ଶୁଭେଚ୍ଛା ଦେଇଛନ୍ତି । କାଜଲଙ୍କ ଏହି ଫଟୋ ଗୁଡିକ ତାଙ୍କ ବିବାହ ସମୟର । ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘ଯେତେବେଳେ ଫଟୋ ହଜାର କଥା କୁହେ । ଆମେ ତୁମକୁ ବହୁତ ଭଲ ପାଉଛୁ ବାପା । ହାପିଏଷ୍ଟେ ବର୍ଥଡେ ।’ ଦେଖନ୍ତୁ ଫଟୋ...

ପ୍ରକାଶ ଥାଉକି ନିକଟରେ କାଜଲ ନିଜ ମ୍ୟାରେଜ ଲାଇଫ ବିଷୟରେ ଆଲୋଚନା କରିଥିଲେ । ସେ ନିଜ ଶାଶୁ ଘରକୁ ନେଇ ଖୁସି ଥିବାର ମଧ୍ୟ ଜଣାଇଥିଲେ । ବାପା-ମା'ଙ୍କ ଇଚ୍ଛାରେ ବିବାହ କରିଛନ୍ତି କାଜଲ ।

ABOUT THE AUTHOR

...view details