ମୁମ୍ବାଇ: ଆଉ ଦୁଇ ଦିନ ପରେ ନୂଆ ଜୀବନ ଗଢିବାକୁ ଯାଉଛନ୍ତି ସାଉଥର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ । ସେ ବିଜନେସମ୍ୟାନ ଗୌତମ କିଚଲୁଙ୍କୁ ଆସନ୍ତା 30 ତାରିଖରେ ବିବାହ କରିବେ । ହେଲେ ଏହାପୂର୍ବରୁ ତାଙ୍କ ଘରେ ଆରମ୍ଭ ହୋଇଯାଇଛି ପ୍ରି-ୱେଡିଂ ଫଙ୍କସନ । ସେ ନିଜ ଭଭଣୀଙ୍କ ସହ ପଜାମା ପାର୍ଟି କରୁଥିବାର ନଜର ଆସୁଛନ୍ତି । ଯାହାର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି ।
ବିବାହ ପୂର୍ବରୁ କାଜଲଙ୍କ ପଜାମା ପାର୍ଟି, ଭାଇରାଲ ଫଟୋ - କାଜଲ ଅଗ୍ରୱାଲଙ୍କ ପ୍ରି-ୱେଡିଂ ପାର୍ଟି
ଆରମ୍ଭ ହେଲା କାଜଲଙ୍କ ଘରେ ପ୍ରି-ୱେଡିଂ ଫଙ୍କସନ । ଭଉଣୀ ନିଶାଙ୍କ ସହ ସେଲିବ୍ରେଟ କଲେ ପଜାମା ପାର୍ଟି । ଅଧିକ ପଢନ୍ତୁ...
![ବିବାହ ପୂର୍ବରୁ କାଜଲଙ୍କ ପଜାମା ପାର୍ଟି, ଭାଇରାଲ ଫଟୋ ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ](https://etvbharatimages.akamaized.net/etvbharat/prod-images/768-512-9346280-683-9346280-1603895301262.jpg)
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
କାଜଲ ଭଉଣୀ ନିଶା ଅଗ୍ରୱାଲଙ୍କ ସହ ପଜାମା ପାର୍ଟି ସେଲିବ୍ରେଟ କରିଛନ୍ତି । ଆଉ ଇନଷ୍ଟାଗ୍ରାମରେ ଏହାର ଫଟୋ ସେୟାର କରି ଲେଖିଛନ୍ତି, ‘ଆଉ ଦୁଇ ଦିନ ମିସ କାଜଲ ଅଗ୍ରୱାଲ ରୂପରେ । ସବୁ ଜିନିଷରେ ନିଜ ପାର୍ଟନରଙ୍କ ସହ ଚିଲିଂ।’ ଆପଣ ବି ଦେଖନ୍ତୁ ଏହି ଦୁଇ ଭଉଣୀଙ୍କ ମସ୍ତିଭରା ଫଟୋ...
ପ୍ରକାଶ ଥାଉକି ଦଶହରା ଅବସରରେ କାଜଲ ଫ୍ୟାନ୍ସଙ୍କ ସହ ଗୌତମଙ୍କ ପ୍ରଥମ ସାକ୍ଷାତ କରାଇଥିଲେ । ଏହି ସରପ୍ରାଇଜ ଦେଇ ସେ ଫ୍ୟାନ୍ସଙ୍କୁ ଦଶହରା ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।