ମୁମ୍ବାଇ: ଲୋକପ୍ରିୟ ଅଭିନେତା ସୋନୁ ସୁଡ କିଛି ମାସରୁ ଦେଶବାସୀ ସେବାରେ ଲାଗିଛନ୍ତି । ସୋସିଆଲ ମିଡିଆରେ ସେ ଗରିବ ଲୋକଙ୍କ ଦୁଃଖ ଦେଖି ସାହାଯ୍ୟ ପାଇଁ ସାମ୍ନାକୁ ଆସୁଛନ୍ତି । ଏଯାବତ ସେ ଅନେକ ଲୋକଙ୍କୁ ସାହାଯ୍ୟ କରିସାରିଲେଣି । ଏବେ ତାଙ୍କୁ ନେଇ ପୁଣି ନୂଆ ଚର୍ଚ୍ଚା । ଏଥର ସେ ମାଓବାଦୀ ପ୍ରଭାବିତ ବିଜାପୁର ଜିଲ୍ଲାର ଜଣେ ଆଧିବାସୀ ଝିଅକୁ ସାହାଯ୍ୟ କରିବାକୁ କଥା ଦେଇଛନ୍ତି । 5 ଦିନରୁ ପ୍ରବଳ ବର୍ଷ ପାଇଁ ନିଜ ଘର ହରାଇଛନ୍ତି ସେହି ଝିଅ ଜଣକ ।
ଆଦିବାସୀ ଝିଅ ପାଇଁ ନୂଆ ଘର ତିଆରି କରିବେ ସୋନୁ - ଲୋକପ୍ରିୟ ଅଭିନେତା ସୋନୁ ସୁଡ
ଏବେ ସୋନୁ ବନ୍ୟା ପାଇଁ ହରାଇଥିବା ବିଜାପୁର ଜିଲ୍ଲାର ଜଣେ ଝିଅଙ୍କୁ ନୂଆ ଘର ତିଆରି କରିବା କଥା ଦେଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ସେହି ଝିଅଙ୍କ ଦୁଃଖଭରା ଭିଡିଓ..
![ଆଦିବାସୀ ଝିଅ ପାଇଁ ନୂଆ ଘର ତିଆରି କରିବେ ସୋନୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଡ](https://etvbharatimages.akamaized.net/etvbharat/prod-images/768-512-8489502-842-8489502-1597917468504.jpg)
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଡ
ସୋନୁ ଅଦିବାସୀ ଝିଅ ଅଞ୍ଜଳି କୁଡିଆନଙ୍କ ଭିଡିଓ ସେୟାର କରି ଟ୍ବିଟରରେ ଲେଖିଛନ୍ତି, ‘ଲୁହ ପୋଛି ଦିଅ ଭଉଣୀ । ବହି ବି ନୂଆ ଆସିବ ଆଉ ଘର ମଧ୍ୟ ନୂଆ ନିର୍ମାଣ ହେବ।’
ପ୍ରକାଶ ଥାଉକି ଏହି ଭିଡିଓଟିକୁ ବିଜାପୁରର ଜଣେ ସ୍ଥାନୀୟ ସମ୍ବାଦିକ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହା ଉପରେ ସୋନୁଙ୍କ ନଜର ପଡିବା ମାତ୍ରେ ସେ ସାହାଯ୍ୟ ପାଇଁ ଟ୍ବିଟ କରିଛନ୍ତି ।