ମୁମ୍ବାଇ: 2020 ଫିଲ୍ମ ଜଗତ ପାଇଁ କାଳ ସାଜିଛି । ଅନେକ ସେଲିବ୍ରିଟିଙ୍କ ବିୟୋଗ ହୋଇସାରିଛି । ସେହିପରି ବର୍ତ୍ତମାନ କିଛି ସେଲିବ୍ରିଟିଙ୍କ ଅସୁସ୍ଥ ଖବର ସମସ୍ତଙ୍କୁ ନିରାଶ କରିଦେଇଛି । ନିକଟରେ ସଞ୍ଜୟ ଦତ୍ତଙ୍କ କ୍ୟାନସର ଖବର ଆଉ ଏବେ ଏସପି ବାଲାସୁବ୍ରମଣ୍ୟମଙ୍କ ଅସୁସ୍ଥ ଖବରକୁ ନେଇ ଦୁଃଖ ସମସ୍ତେ ।
କୋରୋନା ଟେଷ୍ଟ ପଜିଟିଭ ଆସିବା ପରେ ବାଲାସୁବ୍ରମଣ୍ୟମଙ୍କୁ ଅଗଷ୍ଟ 5ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଥିଲେ । ହେଲେ ଶୁକ୍ରବାର ହଠାତ୍ ସେ ପୁଣି ଅସୁସ୍ଥ ହୋଇପଡିଥିଲେ । ଏବେ ତାଙ୍କୁ ଆଇସିୟୁରେ ରଖାଯାଇଛି । ସେପଟେ ବାଲାସୁବ୍ରମଣ୍ୟମଙ୍କ ଅସୁସ୍ଥ ଖବର ଶୁଣି ସେଲିବ୍ରିଟି ଚିନ୍ତିତ ନଜର ଆସୁଛନ୍ତି । ଆଉ ତାଙ୍କ ସୁସ୍ଥ କାମନା କରି ସୋସିଆଲ ମିଡିଆରେ ଅନେକ ଷ୍ଟାର୍ସ ତାଙ୍କ ପାଇଁ ପ୍ରାର୍ଥନା କରୁଥିବାର ନଜର ଆସୁଛନ୍ତି । ଏହି କ୍ରମରେ ସର୍ବପ୍ରଥମରେ ଅଛନ୍ତି ଫେମସ ସଙ୍ଗୀତକାର ଏ.ଆର ରେହମାନ ।