ଓଡିଶା

odisha

By

Published : Dec 24, 2020, 10:24 AM IST

ETV Bharat / sitara

ଗୁପଚୁପ ଖାଇବାରେ ବ୍ୟସ୍ତ ଚୁଲବୁଲି ନେହା

ଭାଇରାଲ ହେଲା ନେହାଙ୍କ ନୂଆ ଭିଡିଓ । ଏଥର କୌଣସି ଗୀତ ନୁହେଁ ବରଂ ଖାଇବାକୁ ଏନଜୟ କରୁଥିବାର ନଜର ଆସୁଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର

ମୁମ୍ବାଇ: ନିକଟରେ ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ଗର୍ଭବତୀ ଥିବା କଥା ଚର୍ଚ୍ଚାର ବିଷୟ ପାଲଟିଥିଲା । ସେ ସୋସିଆଲ ମିଡିଆରେ ନିଜ ବେବି ବମ୍ପ ଫଟୋ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଆଉ ଫ୍ୟାନ୍ସଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା ଯେ ବିବାହର ଦେଢମାସ ପରେ କିପରି ନେହା ଗର୍ଭବତୀ ଅଛନ୍ତି । ହେଲେ ଯେତେବେଳେ ସେ ନିଜର ଆଗାମୀ ମ୍ୟୁଜିକ ଭିଡିଓ ରିଲିଜ କଲେ ସମସ୍ତଙ୍କୁ ସତ ଜଣାପଡିଗଲା ଯେ ସେ ଗର୍ଭବତୀ ନାହାଁନ୍ତି । ବର୍ତ୍ତମାନ ସେ ସ୍ବାମୀ ରୋହନପ୍ରୀତ ସିଂଙ୍କ ସହ ମ୍ୟାରେଡ ଲାଇଫ ଏନଜୟ କରୁଛନ୍ତି । ଇତିମଧ୍ୟରେ ସେ ଗୁପଚୁପ ଖାଇବାରେ ଖୁବ୍ ବ୍ୟସ୍ତ ନଜର ଆସୁଛନ୍ତି ।

ମ୍ୟୁଜିକ ଭିଡିଓ ‘ଖ୍ୟାଲ ରାଖ୍ୟା କର’ ସୁଟି ସେଟରେ ସେ ଗୁପଚୁପ ଖାଇଥିବାର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଆଉ ତାଙ୍କ ସାଥୀରେ ଅଛନ୍ତି ରୋହନ । ଭିଡିଓ ପୋଷ୍ଟ କରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଖ୍ୟାଲ ରଖା କ‌ରକୁ ଏତେ ସ୍ନେହ, ପ୍ରେମ ଦେଇଥିବାକୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ଆମେ ବର୍ତ୍ତମାନ ନଂ 1ରେ ଟ୍ରେଣ୍ଡ କରୁଛୁ ।’

ପ୍ରକାଶ ଥାଉକି ଅକ୍ଟୋବର 26ରେ ରୋହନଙ୍କ ସହ ଦିଲ୍ଲୀରେ ବିବାହ କରିଥିଲେ ନେହା । ଦୁଇଜଣଙ୍କ ବିବାହର ଅନେକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ଏଯାବତ ଦେଖିବାକୁ ମିଳୁଛି ।

ABOUT THE AUTHOR

...view details