ଓଡିଶା

odisha

By

Published : Oct 9, 2020, 2:18 PM IST

ETV Bharat / sitara

ନେହା-ରୋହନଙ୍କ ରୋକା, ଭାଇରାଲ ଫଟୋ

ବେଷ୍ଟଫ୍ରେଣ୍ଡଙ୍କ ଜୀବନ ସାଥୀ ସାଜିବେ ନେହା । ଘରେ ବାଜିବ ସାହାନାଇ । ସୋସିଆଲ ମିଡିଆରେ ଘୁରିବୁଲୁଛି ଫଟୋ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଏଥର ଲୋକପ୍ରିୟ ଗାୟିକା ନେହା କକ୍କର ନିଜ ବିବାହକୁ ନେଇ ଚର୍ଚ୍ଚାରେ । ଆସନ୍ତା 24 ତାରିଖରେ ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ସିଂଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଦୁଇଜଣ ପରସ୍ପରର ଭଲ ବନ୍ଧୁ ମଧ୍ୟ। ବିବାହ ଖବର ସାମ୍ନାକୁ ଆସିବା ପରଠୁ ଦୁଇଜଣଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇତିମଧ୍ୟରେ ନେହା ଓ ରୋହନଙ୍କ ଏମିତି ଏକ ଫଟୋ ସାମ୍ନାକୁ ଆସିଛି । ଯାହାକୁ ଖୁବ୍ ପସନ୍ଦ କରୁଛନ୍ତି ଫ୍ୟାନ୍ସ । କାରଣ ଏହି ଯୋଡି ପରସ୍ପରର ହାତ ଧରିଥିବାର ନଜର ଆସୁଛନ୍ତି ।

କାଜୁଆଲ ଅବତାରରେ ଦୁଇଜଣଙ୍କ ଏହି ଫଟୋ ରୋକା ସେରେମନିର ବୋଲି ଚର୍ଚ୍ଚା ଧରିଛି । ଫଟୋରେ ରୋହନଙ୍କ ବାପା-ମା' ନଜର ଆସୁଥିବା ବେଳେ ନେହାଙ୍କ ପାଖରେ ଗିଫ୍ଟ ବ୍ୟାଗ ମଧ୍ୟ ଥିବାର ଦେଖିବାକୁ ମିଳୁଛି ।

ଫ୍ୟାନକ୍ଲବ ପେଜରେ ସେୟାର ହୋଇଥିବା ଫଟୋର କ୍ୟାପସନରେ ଲେଖାଯାଇଛି, ‘ନେହା ଓ ରୋହନଙ୍କ ରୋକା ।’ ପ୍ରକାଶ ଥାଉକି ଯେମିତି ସମସ୍ତେ ନିର୍ବନ୍ଧ କରନ୍ତି ସେହିପରି ପଞ୍ଜାବୀ ରୋକା ସେରିମୋନୀ ବିବାହ ପୂର୍ବରୁ ଆୟୋଜନ କରିଥାଆନ୍ତି ।

ABOUT THE AUTHOR

...view details