ଓଡିଶା

odisha

By

Published : Nov 12, 2020, 10:22 AM IST

ETV Bharat / sitara

ଦୁବାଇ ରାସ୍ତାରେ ନେହା-ରୋହନଙ୍କ ରୋମାନ୍ସ

ଭାଇରାଲ ହେଲା ନେହାଙ୍କ ନୂଆ ଭିଡିଓ । ହନିମୁନ ପାଇଁ ଯାଇଥିବା ନେହା ସ୍ବାମୀଙ୍କ ସହ ଦୁବାଇ ରାସ୍ତାରେ କରୁଛନ୍ତି ମସ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର

ମୁମ୍ବାଇ: ଫେମସ ଗାୟିକା ନେହା କକ୍କର ବର୍ତ୍ତମାନ ସ୍ବାମୀ ରୋହନପ୍ରୀତ ସିଂଙ୍କ ସହ ଏନଜୟ କରୁଛନ୍ତି । ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏହି ଯୋଡି ହନିମୁନ ପାଇଁ ଦୁବାଇ ଯାଇଛନ୍ତି । ଆଉ ଯେଉଁଠାରେ ପରସ୍ପର ସହ ଖୁବ୍ ଖୁସି ନଜର ଆସୁଛନ୍ତି । ଏକଥା ଆମେ କହୁନାହୁଁ ବରଂ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଦୁଇଜଣଙ୍କ ମସ୍ତି । ଏବେ ଖୁବ୍ ଭାଇରାଲ ହେଉଛି ନେହା-ରୋହନଙ୍କ ଦୁବାଇ ଭିଡିଓ ।

ଏହି ଭିଡିଓକୁ ନେହା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଆଉ ଯେଉଁଥିରେ ରୋହନଙ୍କ ସହ ଦୁବାଇ ରାସ୍ତାରେ ଭ୍ରମଣ କରୁଥିବାର ଆସୁଛନ୍ତି ନଜର । କାରରେ ବସି ପରସ୍ପର ପ୍ରତି ପ୍ରେମ ଦେଖାଉଛନ୍ତି ଏହି ଯୋଡି । ଆପଣ ବି ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ବିବାହ ପୂର୍ବରୁ ଏହି ଦୁଇଜଣଙ୍କ ଏକ ମ୍ୟୁଜିକ ଭିଡିଓ ‘ନେହୁ ଦ ବିହା’ ରିଲିଜ ହୋଇଥିଲା । ନେହା ଓ ରୋହନଙ୍କ ଏହା ପ୍ରଥମ ମ୍ୟୁଜିକ ଭିଡିଓ । ଯାହା ଦର୍ଶକଙ୍କ ମନ କିଣିଛି । ଶୁଣିବାକୁ ମିଳୁଛି ଯେ ଏହି ଗୀତର ସୁଟିଂ ସେଟରେ ପ୍ରଥମଥର ଏହି କପଲ ପରସ୍ପରକୁ ଭେଟିଥିଲେ ।

ABOUT THE AUTHOR

...view details