ଓଡିଶା

odisha

By

Published : Dec 18, 2020, 12:55 PM IST

ETV Bharat / sitara

‘ଇଣ୍ଡିଆନ ଆଇଡଲ’ ସେଟରେ ଆହତ ହେଲେ ନେହା

ଭାଇରାଲ ହେଲା ନେହାଙ୍କ ନୂଆ ଭିଡିଓ । ଏଥର ସେ ‘ଇଣ୍ଡିଆନ ଆଇଡଲ’ ସେଟରୁ ନିଜର ମଜାଦାର ଭିଡିଓ ପୋଷ୍ଟ କରିଛନ୍ତି । ହେଲେ ଏହି ମସ୍ତିଭରା ଅନ୍ଦାଜରେ ମଧ୍ୟ ସେ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କର ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । ସେ ନିକଟରେ ପଞ୍ଜାବୀ ଗାୟକ ରୋହନପ୍ରୀତ ସିଂଙ୍କୁ ବିବାହ କରିଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି । ହନିମୁନ୍‌ ସେଲିବ୍ରେଟ କରିବା ପରେ ସେ ଏବେ ନିଜ କାମକୁ ଫେରିଛନ୍ତି । ସେ ବର୍ତ୍ତମାନ ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ’ରେ ଜଜ ଭୂମିକାରେ ନଜର ଆସୁଛନ୍ତି । ହେଲେ ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ନୈରାଶ୍ୟଜନକ ଖବର ।

ଶୁଣିବାକୁ ମିଳୁଛି ଯେ ‘ଇଣ୍ଡିଆନ ଆଇଡଲ ସେଟ’ରେ ସେ ଆହତ ହୋଇଛନ୍ତି । ଯାହାର ସୂଚନା ସେ ନିଜେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇଛନ୍ତି । ସେ ଏକ ବ୍ଲୁପର ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ‘ଇଣ୍ଡିଆନ ଆଇଡଲ’ର ଜଜ, ହିମେଶ ରେଶମିୟା ଓ ବିଶାଲ ଦଦଲାନୀଙ୍କ ସହ ସେ ମସ୍ତି କରୁଥିବାର ଦେଖାଯାଉଛନ୍ତି । ଆଉ ଆକ୍ଟ ସମୟରେ ହିମେଶ ସିଡିରୁ ଡେଉଁଛନ୍ତି ଏବଂ ଭୁଲ ବଶତଃ ନେହାଙ୍କ ହାତରେ ଆଘାତ ଲାଗିଯାଉଛି । ଯାହାପରେ ନେହା ଚିତ୍କାର କରୁଥିବାର ନଜର ଆସୁଛନ୍ତି । ସେହିପରି ସେ ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ଏହା ଆମର ସବୁଠାରୁ ଫନି ଏବଂ କ୍ୟୁଟ ଭିଡିଓ ।’

ABOUT THE AUTHOR

...view details